28.1 C
Bhubaneswar
Monday, February 9, 2026
Homeଦେଶ ବିଦେଶସିରିଆ ସ୍ଥିତି ଉଦ୍‌ବେଗଜନକ; ରାଜଧାନୀ ଠାରୁ ଅଳ୍ପ ଦୂରରେ ବିଦ୍ରୋହୀ ଗୋଷ୍ଠୀ

ସିରିଆ ସ୍ଥିତି ଉଦ୍‌ବେଗଜନକ; ରାଜଧାନୀ ଠାରୁ ଅଳ୍ପ ଦୂରରେ ବିଦ୍ରୋହୀ ଗୋଷ୍ଠୀ

ଡାମାସ୍‌କସ୍‌: ସିରିଆରେ ଭୟଙ୍କର ଗୃହଯୁଦ୍ଧ ଆଶଙ୍କା ମଧ୍ୟରେ ଭାରତ ସରକାର ଏଠାରେ ରହୁଥିବା ନିଜ ନାଗରିକଙ୍କ ପାଇଁ ଚିନ୍ତାବ୍ୟକ୍ତ କରିଛନ୍ତି। ଏଥିସହ ତୁରନ୍ତ ସିରିଆ ଛାଡିବାକୁ ଭାରତୀୟଙ୍କୁ ପରାମର୍ଶ ସହ ଏକ ଆଡଭାଇଜରୀ ମଧ୍ୟ ଜାରି କରିଛନ୍ତି ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟ। ଏଥିରେ ଭାରତୀୟ ନାଗରିକଙ୍କୁ ସିରିଆ ଛାଡିବାକୁ କହିବା ସହ ବର୍ତ୍ତମାନ ସମୟରେ କୌଣସି ନାଗରିକ ସିରିଆ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି। ଯେଉଁ ଭାରତୀୟମାନେ ସିରିଆ ଛାଡି ପାରୁନାହାନ୍ତି ସେମାନେ ଦୂତାବାସ ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଦୂତାବାସର ଜରୁରୀକାଳୀନ ହେଲ୍ପଲାଇନ ନମ୍ବର +୯୬୩ ୯୯୩୩୮୫୯୭୩ ଜାରି କରାଯାଇଛି।ସିରିଆରେ ସପ୍ତାହେ ହେବ ଲାଗି ରହିଛି ଗୃହଯୁଦ୍ଧ। ହୟାତ୍ ତହରିର ଅଲ ଶାମ ବିଦ୍ରୋହୀ ଗୋଷ୍ଠୀ ସରକାରଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ କରିଛନ୍ତି। ସିରିଆରେ ରାଷ୍ଟ୍ରପତି ବଶର ଅଲ ଅସଦ୍‌ଙ୍କୁ ସତ୍ତାରୁ ହଟାଇ କବଜା କରିବାକୁ ଚାହୁଁଛି ହୟାତ୍ ତହରିର ଅଲ ଶାମ୍ ନାମକ ବିଦ୍ରୋହୀ ଗୋଷ୍ଠୀ। ବର୍ତ୍ତମାନ ସୁଦ୍ଧା ଏହି ବିଦ୍ରୋହୀ ଗୋଷ୍ଠୀ ଦେଶର ୪ ପ୍ରମୁଖ ସହର ଅଲପ୍ପା, ହମା, ହୋମ୍ସ ଏବଂ ଦାରା ଉପରେ କବ୍‌ଜା କରିସାରିଛନ୍ତି। ଏବେ ରାଜଧାନୀ ଡାମାସ୍‌କସ୍ ସହର କବଜା କରିବାକୁ ଲକ୍ଷ୍ୟ ରଖିଛନ୍ତି। ସିରିଆ ସେନା ବିଦ୍ରୋହୀଙ୍କୁ ଅଟକାଇବାକୁ ଚେଷ୍ଟା ଚଳାଇଛି। ଏଥିରେ ଭୟଙ୍କର ହିଂସା ଦେଖିବାକୁ ମିଳିଛି। ପାଖାପାଖି ୩ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଏସବୁ ମଧ୍ୟରେ ଆହୁରି ଶହଶହ ସଂଖ୍ୟକ ସଶସ୍ତ୍ର ବିଦ୍ରୋହୀମାନେ ରାଜଧାନୀ ଡାମାସକସ୍ ଅଭିମୁଖେ ଅଗ୍ରସର ହେଉଥିବା ସୂଚନା ମିଳିଛି। ସେମାନେ ରାଜଧାନୀ ଠାରୁ ଆଉ ମାତ୍ର କିଛି ଦୂରରେ ହିଁ ରହିଛନ୍ତି। କୌଣସି ସମୟରେ ମଧ୍ୟ ସେମାନେ ଡାମାସ୍‌କସ୍ ସହରକୁ ନିଜ କବ୍‌୍‌ଜାକୁ ନେଇପାରନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking