32.1 C
Bhubaneswar
Saturday, March 14, 2026
Homeଦେଶ ବିଦେଶ୫୦୦ ବର୍ଷ ପୂର୍ବେ ବାବର ଯାହା କରିଥିଲେ, ଆଜି ତାହା ବାଂଲାଦେଶ ଓ ସମ୍ଭଲରେ ହେଉଛି

୫୦୦ ବର୍ଷ ପୂର୍ବେ ବାବର ଯାହା କରିଥିଲେ, ଆଜି ତାହା ବାଂଲାଦେଶ ଓ ସମ୍ଭଲରେ ହେଉଛି

ନୂଆଦିଲ୍ଲୀ: ୫୦୦ ବର୍ଷ ପୂର୍ବେ ବାବର ଯାହା କରିଥିଲେ, ଆଜି ତାହା ବାଂଲାଦେଶ ଓ ସମ୍ଭଲରେ ହେଉଛି। ଘଟଣାର ପ୍ରକୃତି ଓ ଡିଏନ୍‌ଏ ଗୋଟିଏ। ସେ କହିଛନ୍ତି, ସମ୍ଭଲ ଓ ବାଂଲାଦେଶର ଘଟଣା ଗୋଟିଏ ଭଳି ଓ ଦୁଇ ଘଟଣାରେ ସାମିଲ ଲୋକଙ୍କ ଡିଏନ୍‌ଏ ଗୋଟିଏ। ଏଭଳି କିଛି କହିଛନ୍ତି, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଅଯୋଧ୍ୟାରେ ଏକ କାର୍ଯ୍ୟକ୍ରମ ବେଳେ ଯୋଗୀଙ୍କ ଏହି ବୟାନ ଦେଇଛନ୍ତି। ରାମ କଥା ପାର୍କରେ ରାମାୟଣ ମେଳାର ଉଦଘାଟନ ଅବସରେ ଯୋଗୀ କହିଛନ୍ତି, ମନେପକାନ୍ତୁ ୫୦୦ ବର୍ଷ ପୂର୍ବରୁ ଅଯୋଧ୍ୟା କୁମ୍ଭରେ ବାବରର ଲୋକେ କ’ଣ କରିଥିଲେ? ସମ୍ଭଲରେ ମଧ୍ୟ ଏଭଳି ହୋଇଛି,ବାଂଲାଦେଶରେ ମଧ୍ୟ ଏଭଳି ଚାଇଛି। ତିନୋଟିର ସ୍ୱଭାବ ଓ ଡିଏନ୍‌ଏ ଗୋଟିଏ ଭଳି ରହିଛି। ଯଦି କୌଣସି ମାନ୍ୟତା ରହିଛି ବାଂଲାଦେଶରେ ଏଭଳି ହେଉଛି ତେବେ ସେଠାର ତତ୍ତ୍ୱ ଏଠାରେ ମଧ୍ୟ ଆପଣଙ୍କୁ ଚାହିଁକି ବସିଛନ୍ତି।

ସେ ସାମାଜିକ ଏକତାକୁ ଭାଙ୍ଗିବାର ପୁରା ଚେଷ୍ଟା କରୁଛନ୍ତି। ଏହି କଥା କହୁଥିବା କିଛି ଲୋକ ଏଭଳି ଅଛନ୍ତି, ଯାହାଙ୍କର ବିଦେଶରେ ସମ୍ପତ୍ତି ରହିଛି। ଯଦି ଏଠାରେ କୌଣସି ସଙ୍କଟ ଆସିଛି, ତେବେ ସେ ପଳାଇବେ ଓ ଅନ୍ୟମାନଙ୍କୁ ମାରିବା ପାଇଁ ଏଠାରେ ଛାଡି ଦେବେ।’ ଯୋଗୀ ଆହୁରି କହିଛନ୍ତି, ଡକ୍ଟର ରାମ ମନୋହର ଲୋହିୟା ଯାହା କହିଥିଲେ, ଯେଉଁ ପର୍ଯ୍ୟନ୍ତ ଭାରତର ଆସ୍ଥା ତିନି ଆରାଧ୍ୟ ଦେବ ପ୍ରଭୁ ଶ୍ରୀରାମ, ଶ୍ରୀକୃଷ୍ଣ ଓ ଭଗବାନ ଶିବଙ୍କ ପ୍ରତି ରହିବ, ସେ ପର୍ଯ୍ୟନ୍ତ ଭାରତର କେହି କିଛି କରିପାରିବେନି। ଏମାନେ ସମାଜବାଦୀ, ଲୋହିଆଙ୍କ ନାଁରେ ରାଜନୀତି କରିବେ, କିନ୍ତୁ ଲୋହିଆଙ୍କ ଗୋଟିଏ ବି ଆଦର୍ଶକୁ ନିଜ ଜୀବନରେ ଗ୍ରହଣ କରିବେନି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଯିଏ ରାମଙ୍କର ନୁହେଁ, ସେ ଆମ କାହାର ନୁହେଁ। ଆମେ ପ୍ରଭୁ ଶ୍ରୀରାମଙ୍କୁ ନିଜର ଆଦର୍ଶ ବୋଲି ମାନୁ, ଯଦି କିଛି ପ୍ରେରଣା ଆମେ ପ୍ରଭୂଙ୍କ ଉଚ୍ଚ ଆଦର୍ଶରୁ ନେଇପାରିବୁ ତେବେ ଆମର ଜନ୍ମ ଓ ଜୀବନ ଉଭୟ ଧନ୍ୟ ହୋଇଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking