ଭୁବନେଶ୍ୱର: ବିଦେଶକୁ ଗୋ ମାଂସ ଚାଲାଣ ନେଇ ବର୍ଷିଲା କଂଗ୍ରେସ । ଗୋ ଚାଲାଣ ମାଂସ ବନ୍ଦ ହେଉ ବୋଲି କହିଲେ କଂଗ୍ରେସ ବିଧାୟକ ତାରା ବାହିନୀ ପତି । ଉତ୍ତରପ୍ରଦେଶ , ମଧ୍ୟପ୍ରଦେଶରୁ ଗୋ ମାଂସ ଚାଲାଣ ହେଉଛି । ସେଠୁ ଗୋରୁ କାଟିବା ଫାକ୍ଟ୍ରି ହୋଇଛି । ଏ ନେଇ ବିଧାନସଭା ଗୃହରେ କଂଗ୍ରେସ ବିଧାୟକ ତରାବାହିନୀ ପତି ପତ୍ରୀକ୍ରିୟା ଦେଇଛନ୍ତି । ସୂଚନା ଯୋଗ୍ୟ ଆଗରୁ ଗୋ ମାଂସ ଚାଲାଣ ବନ୍ଦ ହେବା ନେଇ ରାଜ୍ୟ ସରକାର ବ୍ୟବସ୍ତା କରୁଥୁବା ବେଳେ ବିଲ ଆଣିବେ ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ । ପରେ ଏହାକୁ ନେଇ ମଧ୍ୟ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଉତ୍ତର ରଖିଥିବା ବେଳେ , ଏବେ ଗୃହରେ କଂଗ୍ରେସ ବିଧାୟକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।