20.1 C
Bhubaneswar
Thursday, December 5, 2024
Homeଓଡିଶାକିରୋସିନି ଢାଳି ଆତ୍ମହତ୍ୟା ଘଟଣା: ଛୁଆ ପରେ ମା ମୃତ

କିରୋସିନି ଢାଳି ଆତ୍ମହତ୍ୟା ଘଟଣା: ଛୁଆ ପରେ ମା ମୃତ

ଜଗତପୁର: କଟକ ଜିଲ୍ଲା ଜଗତପୁର ଅଞ୍ଚଳ ଅତୋଡ଼ା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶିଶୁ ଓ ମାଆ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ ଘଟଣା ରେ ଶିଶୁ କନ୍ୟା ପରେ ଡାକ୍ତରଖାନାରେ ମାଆର ବି ମୃତ୍ୟୁ ହୋଇଛି। କଟକ ବଡ଼ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମାଆର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ସୂଚନା ମୁତାବକ , ଗତକାଲି ରାତିରେ ପାରିବାରିକ ଅଶାନ୍ତି କାରଣରୁ ଛୁଆ ସହ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଲା ମା। ଗୁରୁତର ଅବସ୍ଥାରେ ଅବସ୍ଥାରେ ମାଆ ଓ ୪ ମାସର ଶିଶୁ କନ୍ୟାକୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା। ଘଟଣାରେ ସୁଚିସ୍ମିତାଙ୍କ ସ୍ବାମୀଙ୍କୁ ଅଟକ ରଖି ତଦନ୍ତ କରୁଛି ଜଗତପୁର ପୋଲିସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking