28.1 C
Bhubaneswar
Tuesday, April 28, 2026
Homeଦେଶ ବିଦେଶହୃଦଘାତରେ ଦକ୍ଷିଣ କୋରିଆ ଅଭିନେତାଙ୍କ ମୃତ୍ୟୁ

ହୃଦଘାତରେ ଦକ୍ଷିଣ କୋରିଆ ଅଭିନେତାଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ହୃଦଘାତରେ  ଆଉ ଜଣେ ଯୁବକଙ୍କ ମୃତ୍ୟୁ  ହୋଇଛି ।  ଦକ୍ଷିଣ କୋରିଆର  ପ୍ରସିଦ୍ଧ ଅଭିନେତା  ପାର୍କ ମିନ ଜେଙ୍କ ମୃତ୍ୟୁ ହୋଇଛି । ସେ ଟିଭି ସିରିଜ୍ ଆଇଡଲ: ଦି କୋପ୍ ୨୦୨୧ ପାଇଁ ବେଶ୍ ପରିଚୟ ସୃଷ୍ଟି କରିଥିଲେ। ରିପୋର୍ଟ ଅନୁସାରେ, ମୃତ୍ୟୁ ବେଳକୁ ତାଙ୍କୁ ୩୨ ବର୍ଷ ବୟସ ହୋଇଥିଲା। ତାଙ୍କ ଏଜେନ୍ସି ବିଗ୍ ଟାଇଟଲ୍ ମୃତ୍ୟୁ ବାବଦରେ ସ୍ପଷ୍ଟ କରିଛି। କୋରିଆ ମିଡିଆ ରିପୋର୍ଟ କରିଛି ଯେ ନଭେମ୍ବର ୨୯ରେ ପାର୍କ ମିନଙ୍କ ମୃତ୍ୟୁ ହୋଇଥିଲା। ଏହି ସମୟରେ ସେ ଚୀନରେ ଥିଲେ। ବିଗ୍ ଟାଇଟଲ୍ ଏକ ପୋଷ୍ଟ କରି କହିଛି, ପାର୍କ ମିନି ଜେ, ଜଣେ ଦକ୍ଷ ଅଭିନେତା ଥିଲେ, ଯିଏ ଅଭିନୟକୁ ଖୁବ୍ ଭଲ ପାଉଥିଲେ ଏବଂ ସର୍ବଦା ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଛନ୍ତି। ସେ ପାଇଥିବା ଭଲପାଇବା ଏବଂ ସମର୍ଥନକୁ ଆମେ ଗଭୀର ଭାବେ ପ୍ରଶଂସା କରୁଛୁ। ଯଦିଓ ଆମେ ଆଉ ତାଙ୍କ ଅଭିନୟକୁ ଦେଖିପାରିବୁନି, ତଥାପି ଆମେ ତାଙ୍କୁ ଜଣେ ଦକ୍ଷ ଏବଂ ଉଚ୍ଚକୋଟୀର ଅଭିନେତା ଭାବେ ଗର୍ବର ସହ ମନେ ପକାଇବୁ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking