ନୂଆଦିଲ୍ଲୀ :ଦେଶବାସୀଙ୍କୁ ତିନି ନୂଆ ଆଇନ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନୂଆ ତିନି ଅପରାଧିକ ଆଇନ ଭାରତୀୟ ନ୍ୟାୟ ସଂହିତା , ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ନରେନ୍ଦ୍ରମୋଦୀ । ଦେଶର ଆଇନ ଓ ନ୍ୟାୟିକ ବ୍ୟବସ୍ଥାରେ ପରିବର୍ତ୍ତନ କ୍ଷେତ୍ରରେ ଏହି ୩ ନୂଆ ଆଇନ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିବ । ଏହି ନୂଆ ଆଇନ ଉପନିବେଶ ସମୟର ଆଇନକୁ ବଦଳାଇ ଦେଶବାସୀଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଚଣ୍ଡୀଗଡରେ ଏହି ୩ ନୂଆ ଆଇନକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ୩ ଆଇନର କାଯ୍ୟକାରିତା , ଅପରାଧିକ ତଦନ୍ତ ଆଦିର ପ୍ରଦର୍ଶନ କରାଯାଇଥିଲା । ଏହି ପ୍ରଦର୍ଶନକୁ ପ୍ରଧାମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । କିଭଳି ଆଇନ କାର୍ୟ୍ୟକାରୀ ହେଉଛି ସେନେଇ ପ୍ରଦର୍ଶନୀରେ ଅଧିକାରୀଙ୍କୁ ପଚାରିବୁଝିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ । ଗତ ଜୁଲାଇ ୧ରେ ଏହି ୩ ନୂଆ ଆଇନ ଦେଶରେ ଲାଗୁ ହୋଇସାରିଛି ।