27.1 C
Bhubaneswar
Friday, March 27, 2026
Homeଦେଶ ବିଦେଶପୁଣି ଖୋଲିବ ବୋଫୋର୍ସ ଫାଇଲ

ପୁଣି ଖୋଲିବ ବୋଫୋର୍ସ ଫାଇଲ

ନୂଆଦିଲ୍ଲୀ: ବୋଫର୍ସ ମାମଲାରେ ଘରୋଇ ଗୁପ୍ତଚର ମାଇକେଲ ହର୍ଶମ୍ୟାନଙ୍କ ଠାରୁ ତଥ୍ୟ ମାଗିବା ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଖୁବ୍ ଶୀଘ୍ର ଆମେରିକାକୁ ଏକ ନ୍ୟାୟିକ ଅନୁରୋଧ ପଠାଇବ। ସିବିଆଇର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ ରବିବାର ଏହି ସୂଚନା ଦେଇଛନ୍ତି। ଏହି ଅଧିକାରୀଙ୍କ କହିବାନୁସାରେ ୧୯୮୦ ଦଶକର ୬୪ କୋଟି ଟଙ୍କାର ବୋଫର୍ସ ଲାଞ୍ଚ ଦୁର୍ନୀତି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭାରତୀୟ ଏଜେନ୍ସିମାନଙ୍କୁ ଦେବାକୁ ହର୍ଶମ୍ୟାନ୍ ଇଚ୍ଛା ପ୍ରକାଶ କରିଥିଲେ।

ଏହି ମାମଲାର ଅଧିକ ତଦନ୍ତ ପାଇଁ ସିବିଆଇ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରୁଥିବା ସ୍ୱତନ୍ତ୍ର ଅଦାଲତଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଛି। ଏହି ଲାଞ୍ଚ ମାମଲାର ଅଧିକ ତଦନ୍ତ ପାଇଁ ସୂଚନା ପାଇବା ଉଦ୍ଦେଶ୍ୟରେ ଆମେରିକାକୁ ଆନୁଷ୍ଠାନିକ ଅନୁରୋଧ ପଠାଇବାକୁ ଚଳିତ ବର୍ଷ ଅକ୍ଟୋବରରେ ଲେଟର ରୋଗେଟରୀ (ଏଲ୍‌ଆର) ( ଅନୁରୋଧ ପତ୍ର) ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ଏହି ପ୍ରକ୍ରିୟା ପ୍ରାୟ ୯୦ ଦିନ ସମୟ ଲାଗିପାରେ ବୋଲି ଅଧିକାରୀଜଣକ କହିଛନ୍ତି। ସୂଚନାଯୋଗ୍ୟ, ୧୯୮୦ ଦଶକରେ ତତ୍କାଳୀନ କଂଗ୍ରେସ ସରକାର ସମୟରେ ସ୍ୱିଡେନ କମ୍ପାନି ବୋଫର୍ସ ସହ ହୋଇଥିବା ୧୪୩୭ କୋଟି ଟଙ୍କାର ଚୁକ୍ତିରେ ୬୪ କୋଟି ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ସହ ଏହି ମାମଲା ଜଡ଼ିତ। ୪୦୦ ହୋଭିତ୍‌ଝର ତୋପ ଯୋଗାଣ ପାଇଁ ଭାରତ ସରକାର ସ୍ୱିଡେନ୍ କମ୍ପାନୀ ସହ ଏହି ଚୁକ୍ତି କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking