27.1 C
Bhubaneswar
Thursday, April 2, 2026
Homeଦେଶ ବିଦେଶବାଂଲାଦେଶରେ ଆଉ ୨ ଇସ୍କନ ସାଧୁ ଗିରଫ

ବାଂଲାଦେଶରେ ଆଉ ୨ ଇସ୍କନ ସାଧୁ ଗିରଫ

ଢ଼ାକା: ବାଂଲାଦେଶରେ ଆଜି ଆଉ ୨ଜଣ ଇସ୍କନ୍ ସାଧୁଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ସାଧୁ ହେଲେ ରୁଦ୍ରପ୍ରୋତି କେଶବ ଦାସ ଓ ରଙ୍ଗାନାଥ ଶ୍ୟାମ ସୁନ୍ଦର ଦାସ। ଏହି ଦୁଇ ସାଧୁ ଜେଲ୍‌ରେ ଥିବା ଇସ୍କନ୍‌ର ପୂର୍ବତନ ସଦସ୍ୟ ତଥା ହିନ୍ଦୁ ସାଧୁ ଚିନ୍ମୟ ଦାସ ପ୍ରଭୁଙ୍କୁ ଖାଦ୍ୟ, ମେଡିସିନ ଦେବା ପାଇଁ ଜେଲ୍ ଯାଇଥିଲେ। ସେଠାରୁ ଫେରିବା ପରେ ଉଭୟଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଏନେଇ ଇଣ୍ଟରନ୍ୟାସନାଲ୍ ସୋସାଇଟି ଫର୍ କୃଷ୍ଣ ଚେତନା (ଇସ୍କନ୍‌) କୋଲକାତା ମୁଖପାତ୍ର ରାଧାରମଣ ଦାସ ଦାବି କରିଛନ୍ତି।

ବାଂଲାଦେଶରେ ଅଳ୍ପସଂଖ୍ୟକଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ହିନ୍ଦୁ ତଥା ଅନ୍ୟ ସଂଖ୍ୟା ଲଘୁ ବର୍ଗର ଲୋକମାନଙ୍କୁ ଟାର୍ଗେଟ୍ କରାଯାଉଛି। ସେମାନଙ୍କ ଘରେ ଆକ୍ରମଣ କରାଯାଉଛି। ଏଥିସହ ସେମାନଙ୍କୁ ଗିରଫ କରାଯାଉଛି। ଏହାକୁ ନେଇ ବ୍ୟାପକ ବିରୋଧ ପ୍ରଦର୍ଶନ ଭିତରେ ଗତ ସୋମବାର ବାଂଲାଦେଶ ସ୍ଥିତ ସନାତନ ଜାଗରଣ ଜ୍ୟୋତର ମୁଖପାତ୍ର ବ୍ରହ୍ମଚାରୀ ଚିନ୍ମୟ ଦାସ ପ୍ରଭୁଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗିରଫ କରାଯାଇଥିଲା। ଢ଼ାକା ଅନ୍ତର୍ଜାତୀୟ ବିମାନବନ୍ଦରରୁ ତାଙ୍କୁ ବେଆଇନ୍ ଭାବେ ଗିରଫ କରିନେଇଥିଲା ଢ଼ାକା ପୁଲିସ୍‌। ଏହାକୁ ନେଇ ବାଂଲାଦେଶରେ ହିନ୍ଦୁ ଗୋଷ୍ଠୀ ବ୍ୟାପକ ବିରୋଧ ପ୍ରଦର୍ଶନ ଜାରି କରୁଛନ୍ତି। କେବଳ ସେତିକି ନୁହେଁ ଇସ୍କନ୍ ସାଧୁଙ୍କୁ ଗିରଫ କରାଯିବା ନେଇ ଭାରତ ସମେତ ଅନ୍ୟ ଦେଶଗୁଡ଼ିକ ମଧ୍ୟ ବାଂଲାଦେଶକୁ ତୀବ୍ର ନିନ୍ଦା ମଧ୍ୟ କରୁଛନ୍ତି। ଏସବୁ ମଧ୍ୟରେ ଗତକାଲି ଇସ୍କନ୍‌ର ଅନ୍ୟତମ ସାଧୁ ତଥା ହିନ୍ଦୁ ସନ୍ଥ ବ୍ରହ୍ମଚାରୀ ଶ୍ୟାମ ଦାସ ପ୍ରଭୁଙ୍କୁ ଗିରଫ କରାଯାଇଥିଲା। ଏହାର ୨୪ ଘଣ୍ଟା ମଧ୍ୟରେ ରୁଦ୍ରପ୍ରୋତି କେଶବ ଦାସ ଓ ରଙ୍ଗାନାଥ ଶ୍ୟାମ ସୁନ୍ଦର ଦାସ ନାମକ ଆଉ ୨ ସାଧୁଙ୍କୁ ଗିରଫ କରାଯାଇଛି।

ପ୍ରକାଶ, ଅନ୍ୟ ଏକ ରିପୋର୍ଟ ଅନୁସାରେ ବାଂଲାଦେଶର ଭୈରବ ଅଞ୍ଚଳରେ ଥିବା ଅନ୍ୟ ଏକ ଇସ୍କନ୍ ସେଣ୍ଟରରେ ବ୍ୟାପକ ଭଙ୍ଗାରୁଜା କରାଯାଇଛି। ପ୍ରକାଶ, ବାଂଲାଦେଶରେ ଏବେ ହିନ୍ଦୁ, ହିନ୍ଦୁ ଦେବାଦେବୀଙ୍କ ମନ୍ଦିରକୁ ଟାର୍ଗେଟ୍ କରାଯାଉଛି, କ୍ଷତି ପହଞ୍ଚାଯାଉଛି। ଏନେଇ ବାଂଲାଦେଶର ଅନ୍ତରୀଣ ସରକାର ନିରବଦ୍ରଷ୍ଟା ସାଜିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking