କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଟାଙ୍ଗିଆରେ ହାଣିଦେଲା ବାପା । ଭଣଜା, ସ୍ତ୍ରୀ, ଝିଅକୁ ହାଣିଦେଲା ବାପା। ସୂଚନା ମୁତାବକ ପରିବାର କଳହକୁ ନେଇ ଆକ୍ରମଣ କରିଥିବା ସୂଚନା। ତେବେ ଏଭଳି ଭୟାନକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀ ଥାନା , ଗୌଡ଼ ଗାଁ ରେ । ତେବେ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ , ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଖୋଜୁଛି । ହେଲେ ଅଭିଯୁକ୍ତ ଜଣଙ୍କ ସୁସ୍ଥ ମସ୍ତିକ ର ହୋଇଥିବା ବେଳେ କାହିଁକି ଏପରି ଅଭାବନୀୟ ଘଟଣା ଘଟିଲା ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ ।