କୋରାପୁଟ : ମାଟିତଳୁ ମିଳିଲା ପୁଳା ପୁଳା ଟଙ୍କା ଓ ସୁନା । କୋରାପୁଟ ନାରାୟଣପାଟଣା ବ୍ଲକ କେଲୁବାଡି ଗାଁର ୭୦ ବର୍ଷୀୟ ସୀତାରାମ ମେଲେକା ମାଟି ତଳେ ଟଙ୍କା ସୁନା ପୋତିଥିଲେ । ତାଙ୍କ ମୃତ୍ୟୁ ପରେ ପରିବାର ଲୋକ ମାଟି ଖୋଳି ଟଙ୍କା ବାହାର କରିଛନ୍ତି । ଟଙ୍କାଗୁଡିକ ଉଇ ଖାଇଯାଇଥିବା ବେଳେ ଆଉ କିଛି ଟଙ୍କା ନଷ୍ଟ ହୋଇଯାଇଛି । ପାଖାପାଖି ୧ ଲକ୍ଷରୁ ଅଧିକ ଟଙ୍କା ସେ ମାଟି ତଳେ ପୋତି ଦେଇଥିଲେ । ତେବେ ତାଙ୍କ ସମ୍ପର୍କୀୟ ୩୨ ହଜାର ନଗଦ ଟଙ୍କା ପାଇଥିବା ବେଳେ ଅବଶିଷ୍ଟ ଟଙ୍କା ମାଟିତଳେ ରହିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି ।