ନୂଆଦିଲ୍ଲୀ : ଆଜି ହଜାର ହଜାର କୃଷକ ୟୁନାଇଟେଡ କିସାନ ମୋର୍ଚ୍ଚାଙ୍କ ନେତୃତ୍ୱରେ ନୋଏଡାଠାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ଏହାର ଗୋଟିଏ ଦିନ ପୂର୍ୱରୁ କୃଷକ ଏବଂ ପ୍ରଶାସନ ମଧ୍ୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ଦିନ ଧରି କୃଷକମାନେ ଦାବି ରଖି ଆସୁଥିଲେ । ରବିବାର ଦିନ ଦାବି ଉପରେ କୌଣସି ସହମତି ହୋଇନଥିବାରୁ କୃଷକମାନେ ଦିଲ୍ଲୀ ଚଲୋ ସ୍ଲୋଗାନ ଦେଇଥିଲେ । କୃଷକମାନଙ୍କ ଦାବି ଯେ ଜମି ଅଧିଗ୍ରହଣ ବଦଳରେ ସେମାନଙ୍କୁ ୧୦ ପ୍ରତିଶତ ବିକଶିତ ଜମି ଦିଆଯାଉ । ଏବଂ ୬୪. ୭ ପ୍ରତିଶତ ହାରରେ କ୍ଷତିପୂରଣ ଦିଆଯାଉ । ଭୁମିହୀନ କୃଷକଙ୍କ ପିଲାମାନଙ୍କୁ ଟଙ୍କା ଦିଆଯାଉ । ଏ ସମସ୍ତ ନିଷ୍ପତ୍ତି ସରକାରୀ ସ୍ତରରେ ନିଆଯିବା ଉଚିତ । ୨୮ ନଭେମ୍ବରରୁ ୧ ଡିସେମ୍ବର ପୟନ୍ତ ଯମୁନା ବିକାଶ ପ୍ରାଧିକରଣ ବାହାରେ ବିରୋଧ କରାଯାଇଥିଲା । କୃଷକମାନଙ୍କ ଦିଲ୍ଲୀ ଅଭିମୁଖେ ଯାତ୍ରାକୁ ନେଇ ଜିଲ୍ଲାର ବିଭିନ୍ନ ଛକରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଚାଷୀଙ୍କୁ ଅଟକାଇବା ପାଇଁ ଦିଲ୍ଲା ସୀମାରେ ପ୍ରତିବନ୍ଧକ ଲଗାଯାଇଛି ।