17.1 C
Bhubaneswar
Friday, December 19, 2025
Homeଦେଶ ବିଦେଶସଂସଦରେ ଆଦାନୀ ପ୍ରସଙ୍ଗ: ସରକାରଙ୍କୁ ଘେରିଲେ ବିରୋଧୀ

ସଂସଦରେ ଆଦାନୀ ପ୍ରସଙ୍ଗ: ସରକାରଙ୍କୁ ଘେରିଲେ ବିରୋଧୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଶୀତ ଅଧିବେଶନର ଆଜି ୫ମ ଦିନ। ଆଦାନୀ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଲେ ବିରୋଧୀ । ଆଦାନୀ ଲାଞ୍ଚ ପ୍ରସଙ୍ଗ ଉଠାଇ ବିରୋଧୀ ପ୍ରବଳ ଉତ୍ତେଜନା କରିବା ସହ ପ୍ରଥମେ ଦିନ ୧୨ଟା ଯାଏଁ ଗୃହକୁ ମୁଲତବୀ କରାଯାଇଥିଲା । କିଛି ସମୟର ବିରତି ପରେ ଗୃହ ଚାଲିବା ପରେ ପୁଣି ବିରୋଧୀ ହଙ୍ଗାମା କରିବା ଯୋଗୁଁ ଆସନ୍ତାକାଲି ପର୍ଯ୍ୟନ୍ତ ଉଭୟ ଗୃହକୁ ମୁଲବତୀ ରଖାଯାଇଛି । ଆଦାନୀ ଅଭିଯୋଗ ଏବଂ ସମ୍ୱାଲ ହିଂସା ପ୍ରସଙ୍ଗ ସଂସଦରେ ହୋଇଥିବା ଆଲୋଚନା । ଲାଞ୍ଚ ଅଭିଯୋଗ ଏବଂ ସମ୍ୱାଲ ହିଂସା ମାମଲାରେ ଆମେରିକାର କୋର୍ଟରେ ଶିଳ୍ପପତି ଗୌତମ ଆଦାନୀଙ୍କ ଉପରେ ଅଭିଯୋଗ ହୋଇଥିବା ଆଲୋଚନା କରିବାକୁ ଦାବି କରିଥିଲା ବିରୋଧୀଦଳ। ଅଧିକ ଉତ୍ତେଜନା ହେବାରୁ ଉଭୟ ସଂସଦର ଗୃହ ସ୍ଥଗିତ ରଖାଯାଇଛି। କଂଗ୍ରେସର ସାଧାରଣ ସମ୍ପାଦକ, ଯୋଗାଯୋଗ ଜୟରାମ ରମେଶ କହିଛନ୍ତି, “ଆଜି ମଧ୍ୟ ଉଭୟ ଗୃହ ସ୍ଥଗିତ ରଖାଯାଇଛି। ଆଦାନୀ, ମଣିପୁର, ସମ୍ୱାଲ ଏବଂ ଅଜମେର ଉପରେ ତୁରନ୍ତ ଆଲୋଚନା ପାଇଁ ଇଣ୍ଡିଆ ଦଳ ନୋଟିସ ଦେଇଛନ୍ତି। ଏହି ଦଳଗୁଡ଼ିକ କେବେ ଆନ୍ଦୋଳନ କରିନଥିଲେ। କିନ୍ତୁ ମୋଦୀ ସରକାର ସଂସଦ କାର୍ଯ୍ୟ କରିବାକୁ ଚାହୁଁନାହାନ୍ତି ବୋଲି ବିରୋଧୀ ଦଳ କହିଛି। ପରିସ୍ଥିତି ବାସ୍ତବରେ ଅସାଧାରଣ ଥିଲା । ବିରୋଧୀ ଦଳ ଆଲୋଚନା ଚାହୁଁଛନ୍ତି କିନ୍ତୁ ସରକାର ଏଥିରୁ ଦୂରେଇ ଯାଉଛନ୍ତି ବୋଲି ରମେଶ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking