28.1 C
Bhubaneswar
Wednesday, September 16, 2026
Homeଦେଶ ବିଦେଶମୋଦୀ ସରକାରଙ୍କୁ ଟାର୍ଗେଟ କଲେ ରାହୁଲ

ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ: ଭାରତର ଅଭିବୃଦ୍ଧି ହାରକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଏହା ସହ ଦେଶର ଅର୍ଥନୀତି କିପରି ଦ୍ରୁତ ଗତିରେ ବୃଦ୍ଧି ପାଇବ ଏବଂ ଏଥିପାଇଁ ସରକାରଙ୍କୁ କ’ଣ କରିବାକୁ ପଡ଼ିବ ତାହା ମଧ୍ୟ ସେ କହିଛନ୍ତି। ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି କହିଛନ୍ତି ଯେ ଭାରତର ଜିଡିପି ଅଭିବୃଦ୍ଧି ହାର ଦୁଇ ବର୍ଷର ସର୍ବନିମ୍ନ ସ୍ତର ୫.୪ ପ୍ରତିଶତକୁ ଖସି ଆସିଛି। ସେ କହିଛନ୍ତି ଯେ ଏହା ସ୍ପଷ୍ଟ ଯେ ଭାରତୀୟ ଅର୍ଥନୀତି ର ଅଭିବୃଦ୍ଧି ହୋଇପାରିବ ନାହିଁ ଯେପର୍ଯ୍ୟନ୍ତ ଏହାର ସୁଫଳ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ମିଳୁଛି । ଦେଶର କୃଷକ, ଶ୍ରମିକ, ମଧ୍ୟବିତ୍ତ ଓ ଗରିବ ଲୋକମାନେ ବିଭିନ୍ନ ପ୍ରକାର ଆର୍ଥିକ ସମସ୍ୟା ସହ ସଂଘର୍ଷ କରୁଛନ୍ତି। ସେ କହିଛନ୍ତି ଯେ ଦେଶରେ ବେକାରୀ ୪୫ ବର୍ଷର ରେକର୍ଡ ଭାଙ୍ଗିସାରିଛି। ଗତ ୫ ବର୍ଷରେ ଶ୍ରମିକ, କର୍ମଚାରୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ଆୟ ସ୍ଥିର ହୋଇଛି କିମ୍ବା ଯଥେଷ୍ଟ ହ୍ରାସ ପାଇଛି । କମ୍ ଆୟ ଯୋଗୁଁ ଚାହିଦା ମଧ୍ୟ ହ୍ରାସ ପାଇଛି। କଂଗ୍ରେସ ନେତା  ଏ ସଂପର୍କରେ ଏକ୍ସରେ ପୋଷ୍ଟ କରିବା ସହ କିଛି ତଥ୍ୟ ମଧ୍ୟ ସେୟାର କରିଛନ୍ତି। ଏହି ସଂଖ୍ୟାକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ଖୁଚୁରା ମୁଦ୍ରାସ୍ଫୀତି ୧୪ ମାସର ସର୍ବୋଚ୍ଚ ସ୍ତର ୬.୨୧ ପ୍ରତିଶତକୁ ବୃଦ୍ଧି ପାଇଛି। ଗତବର୍ଷ ଅକ୍ଟୋବର ତୁଳନାରେ ଚଳିତ ବର୍ଷ ଆଳୁ ଓ ପିଆଜ ଦର ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇଛି। ଏହାବ୍ୟତୀତ ଟଙ୍କା ସର୍ବନିମ୍ନ ସ୍ତର ୮୪.୫୦ରେ ପହଞ୍ଚିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking