କଟକ: କଟକ ବାରଙ୍ଗରେ ପୁଅ – ବୋହୁଙ୍କୁ ଜାଳିଦେବା ଘଟଣା। ଚିକିତ୍ସାଧୀନ ଅବସ୍ଥାରେ ଏସସିବିରେ ବୋହୂର ମୃତ୍ୟୁ। ଆଇସିୟୁରେ ଗୁରୁତର ଅବସ୍ଥାରେ ଚାଲିଛି ପୁଅର ଚିକିତ୍ସା। ଅଭିଯୁକ୍ତ ବାପା ଅଟକ , ସାଇଣ୍ଟିଫିକ ଟିମର ତଦନ୍ତ । ଗୋଡିସାହି ବାରସିଙ୍ଗା ଗାଁ ରେ ଘଟିଛି , ଏଭଳି ଅଭାବନୀୟ ଘଟଣା । ସୂଚନା ମୁତାବକ , ଗୁରୁତର ଅବସ୍ଥାରେ ଉଭୟ ପୁଅ ଓ ବୋହୂକୁ ଏସସିବି ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ବୋହୁର ମୃତ୍ୟୁ ହୋଇଥିବା ବେଳେ , ଅଭିଯୁକ୍ତ କୁ ଅଟକ ରଖି ପୋଲିସ ପଚରା , ଉଚରା କରୁଛି ।










