19.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଷ୍ଟେସନରେ ବଡ଼ ଧରଣର ଅଗ୍ନିକାଣ୍ଡ: ୨୦୦ ଗାଡ଼ି ଜଳିପୋଡ଼ି ପାଉଁଶ

ଷ୍ଟେସନରେ ବଡ଼ ଧରଣର ଅଗ୍ନିକାଣ୍ଡ: ୨୦୦ ଗାଡ଼ି ଜଳିପୋଡ଼ି ପାଉଁଶ

ବାରାଣସୀ: ଉତ୍ତରପ୍ରଦେଶର ବାରାଣସୀ ଅନ୍ତର୍ଗତ କ୍ୟାଣ୍ଟ୍ ରେଳ ଷ୍ଟେସନର ପ୍ଲାଟଫର୍ମ ନଂ-୧ରେ ଥିବା ପାର୍କିଂ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟି ପାର୍କିଂ ସ୍ଥଳରେ ୨୦୦ରୁ ଅଧିକ ଗାଡ଼ି ପୋଡ଼ି ପାଉଁଶ ହୋଇଯାଇଛି। ଶନିବାର ଭୋର ସମୟରେ ଏହି ଅଘଟଣ ଘଟିଥିବା କୁହାଯାଉଛି। ନିଆଁରେ ପୋଡିଯାଇଥିବା ସମସ୍ତ ଗାଡ଼ିଗୁଡ଼ିକ ଦୁଇ ଚକିଆ ବୋଲି ଜଣାପଡ଼ିଛି। ଏହି ପାର୍କିଂସ୍ଥଳରେ ଯାତ୍ରୀ ଏବଂ କର୍ମଚାରୀଙ୍କ ଗାଡ଼ି ରହୁଥିଲା। ତେବେ କିପରି ଏହି ଅଗ୍ନିକାଣ୍ଡ ଘଟିଛି ତାହା ଜଣାପଡ଼ିନାହିଁ। ତବେ ଅଗ୍ନିଶମ ବାହିନୀ ଏବଂ ପୁଲିସ ବିଭାଗର ଅଧିକାରୀମାନେ ତ୍ୱରିତ ପଦକ୍ଷେପ ବଳରେ ନିଆଁ ଲିଭାଇବାରେ ସଫଳ ହେବାରୁ ଏକ ବଡ଼ ଧରଣର କ୍ଷତିକୁ ରୋକାଯାଇପାରିଛି। ସରକାରୀ ରେଳ ପୁଲିସ (ଜିଆରପି), ରେଳ ସୁରକ୍ଷା ବଳ (ଆରପିଏଫ୍‌) ଏବଂ ସ୍ଥାନୀୟ ପୁଲିସ ଟିମ୍ ସହିତ ନିଆଁ ଲିଭାଇବା ପାଇଁ ପ୍ରାୟ ୧୨ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇନଥିବା ଖବର ରହିଛି। ଅନ୍ୟପକ୍ଷେ କେହି ଦୁର୍ବୃତ୍ତ ଗାଡ଼ିରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଜିଆରପି ପକ୍ଷରୁ ଘଟଣାର ଅନୁସନ୍ଧାନ କରାଯାଉଛି। ପ୍ରାରମ୍ଭିକ ଅନୁସନ୍ଧାନ ଅନୁଯାୟୀ ସର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking