30.1 C
Bhubaneswar
Friday, February 13, 2026
Homeଓଡିଶା୨୦୨୭ ଡିସେମ୍ବରରେ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ

୨୦୨୭ ଡିସେମ୍ବରରେ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ

ଭୁବନେଶ୍ୱର : ୨୦୨୭ ମସିହା ଡିସେମ୍ବର ସୁଦ୍ଧା ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହେବ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି। ଆଜି ଶ୍ରୀମତୀ ଷଡ଼ଙ୍ଗୀ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟାଳୟରେ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ମୋଟ ୧୩ଟି ଟ୍ରେନ ଚାଲିବ। ୨୬ କିମି ଦୀର୍ଘ ରୁଟରେ ୨୦ଟି ଷ୍ଟେସନ୍ ରହିବ। ପ୍ରତ୍ୟେକ ଟ୍ରେନରେ ୩ ଲେଖାଏଁ କୋଚ୍ ରହିବ। ୨୦୨୩ ନଭେମ୍ବରରେ ଡିପିଆର୍ ଅନୁମୋଦନ ହୋଇଥିବା ଏହି ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୬ ହଜାର ୨୫୬ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ପ୍ରକଳ୍ପରେ ଆଜି ସୁଦ୍ଧା ୪୬୦ କୋଟି ଟଙ୍କା ଖର୍ଚ୍ଚ ସରିଛି।

ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନ-ବିଏମଆରସି, ରାଜ୍ୟ ସରକାର ଓ ଦିଲ୍ଲୀ ମେଟ୍ରୋ ନିଗମ ଏହି ପ୍ରକଳ୍ପ ପାଇଁ ଏକତ୍ର କାର୍ଯ୍ୟ କରୁଛନ୍ତି। ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି, ଭୁବନେଶ୍ୱର ମେଟ୍ରୋର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟରେ ଏକାମ୍ର ନିର୍ବାଚନ ମଣ୍ଡଳୀରେ ୩ଟି, ମଧ୍ୟ ନିର୍ବାଚନ ମଣ୍ଡଳୀରେ ୪ଟି, ଉତ୍ତର ନିର୍ବାଚନ ମଣ୍ଡଳୀରେ ୧୦ଟି ଓ କଟକରେ ୩ଟି ଷ୍ଟେସନ ରହିବ। ପ୍ରକଳ୍ପ ଶେଷ ହେବା ପରେ ମେଟ୍ରୋ ରେଳ ଉପରେ ଦୈନିକ ୯୫ ହଜାର ଲୋକ ନିର୍ଭର କରିବେ ବୋଲି ସାଂସଦ କହିଛନ୍ତି। ସେ କହିଛନ୍ତି, ପ୍ରକଳ୍ପ ପାଇଁ ଆବଶ୍ୟକୀୟ ୯୨ ଏକର ଜମି ମିଳି ସାରିଛି ଏବଂ ବାକି ୧୫ ଏକର ଜମି ଖୁବଶୀଘ୍ର ଯୋଗାଇ ଦିଆଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking