18.1 C
Bhubaneswar
Sunday, January 19, 2025
Homeଦେଶ ବିଦେଶବଳାତ୍କାର  ଅଭିଯୋଗରେ ଅଭିଯୁକ୍ତକୁ ୧୪୧ ବର୍ଷ ଦଣ୍ଡ ଶୁଣାଇଲେ କେରଳ କୋର୍ଟ

ବଳାତ୍କାର  ଅଭିଯୋଗରେ ଅଭିଯୁକ୍ତକୁ ୧୪୧ ବର୍ଷ ଦଣ୍ଡ ଶୁଣାଇଲେ କେରଳ କୋର୍ଟ

ନୂଆଦିଲ୍ଲୀ : ଘରେ ତାଙ୍କର ସ୍ତ୍ରୀ ନଥିବା ସମୟରେ ବାରମ୍ବାର ତାଙ୍କ ସାବତ ଛୁଆକୁ ବଳାତ୍କାର କରିଥିଲେ । ଏନେଇ କେରଳ ଅଦାଲତ ତାଙ୍କୁ ୧୪୧ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି । ମଞ୍ଜେରୀ ଫାଷ୍ଟ ଟ୍ରାକ୍ ସ୍ପେଶାଲ କୋର୍ଟର ବିଚାରପତି ଆଶ୍ରାଫ ଏ. ଏମ. ଏହି ଅଭିଯୁକ୍ତକୁ ପୋକସୋ ଆଇନ ଆଧାରରେ , ଭାରତୀୟ ଦଣ୍ଡ ସହିତ ଜୁବେନାଇଲ ଜଷ୍ଟିସ୍ ଆକ୍ଟ ଅନ୍ତର୍ଗତ ଭିନ୍ନ ଭିନ୍ନ ସୂଚନା ଅଧୀନରେ ବିଭିନ୍ନ ଅବଧିର କାରାଦଣ୍ଡ ଦେଇଛନ୍ତି, ଯାହା ମୋଟ ୧୪୧ ବର୍ଷ କାରାଦଣ୍ଡରେ ଦଣ୍ଡିତ ହେବେ । ତଥାପି, ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ଦଣ୍ଡ ସମାନାନ୍ତର ଭାବେ ପାଳନ କରାଯିବା ଥିବାରୁ ସେ ୪୦ ବର୍ଷ କାରାଦଣ୍ଡ ପାଳନ କରିବେ। ଅଦାଲତ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛି ଯେ ପୀଡିତାଙ୍କୁ ନ୍ୟାୟ ଦିଆଯାଉ। ପୋଲିସ ର ସୂଚନା ଅନୁସାରେ ଅଭିଯୁକ୍ତ ଓ ପୀଡିତା ଦୁଇଜଣ ତାମିଲନାଡୁର ବାସିନ୍ଦା ଏବଂ କେବଳ ଏତିକି ନୁହେଁ ୨୦୧୭ରୁ ଏହି ଘଟଣା ଘଟାଇ ଆସୁଛନ୍ତି। ପୀଡିତାଙ୍କୁ ବଳାତ୍କାର କରୁଥିଲେ । ଗୋଟିଏ ସାଙ୍ଗର ଉପଦେଶ ମାନି ପୀଡିତା ଅବଶେଷରେ ତାଙ୍କ ମା’କୁ ସବୁ କଥା କହିଥିଲେ । ପରେ ପୀଡିତାଙ୍କ ମା ପୋଲିସ୍‌ଙ୍କୁ ଜଣାଇଥିଲେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking