21.1 C
Bhubaneswar
Friday, November 29, 2024
Homeଦେଶ ବିଦେଶବିଦ୍ରୋହୀଙ୍କ କବ୍‌ଜାରେ ସିରିଆ ସେନା ଘାଟି: ଆକ୍ରମଣରେ ୧୩୯ ମୃତ

ବିଦ୍ରୋହୀଙ୍କ କବ୍‌ଜାରେ ସିରିଆ ସେନା ଘାଟି: ଆକ୍ରମଣରେ ୧୩୯ ମୃତ

ଡାମାସ୍‌କସ୍ : ସିରିଆରେ ବିଦ୍ରୋହୀ ଗୋଷ୍ଠୀ ସେନା ଘାଟି ଉପରେ ବୁଧବାର ଅଚାନକ ଆକ୍ରମଣ କରିଛନ୍ତି । ଏଥିରେ ଅନ୍ୟୁନ ୧୩୯ ଜଣଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ବିଦ୍ରୋହୀ ଗୋଷ୍ଠୀର ୧୩୨ ଜଣ ରହିଛନ୍ତି । ଗତ ୪ ବର୍ଷରେ ବିଦ୍ରୋହୀଙ୍କ ପକ୍ଷରୁ ଏହା ସବୁଠୁ ବଡ଼ ଧରଣର ଆକ୍ରମଣ ବୋଲି କୁହାଯାଉଛି । ବିଦ୍ରୋହୀ ଗୋଷ୍ଠୀ ସିରିଆର ଏକ ସେନା ଘାଟିକୁ କବ୍‌ଜା ମଧ୍ୟ କରିଛନ୍ତି । ଏହି ଗୋଷ୍ଠୀଗଡ଼ିକ ମଧ୍ୟରୁ ହୟାତ୍ ତହରିଅଲ୍‌-ସମ୍ ନାମକ ଏକ ଗୋଷ୍ଠୀ ଉପରେ ଅଲ୍‌-କାଏଦାର ସମର୍ଥନ ରହିଛି ।

ଏହି ଆତଙ୍କବାଦୀ ସଙ୍ଗଠନ ସିରିଆର ଅନ୍ୟତମ ପ୍ରମୁଖ ସହର ଆଲେପ୍ପୋରେ ପ୍ରାୟ ୧୦ କିମି ଭିତରକୁ ପଶିଯାଇଛନ୍ତି । ଆତଙ୍କୀମାନେ ବଶର ଅଲ୍ ଅସଦ୍‌ଙ୍କ ସରକାରକୁ ସମର୍ଥନ କରୁଥିବା ସେନାର ଅସ୍ତ୍ରଶସ୍ତ୍ର ଏବଂ ବାହନକୁ ମଧ୍ୟ କବ୍‌ଜା କରିଛନ୍ତି । ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ଟେଲିଗ୍ରାମ ପୋଷ୍ଟରେ ଦାବି କରାଯାଇଛି ଯେ, ସେମାନେ ସିରିଆ ସରକାରଙ୍କ ବେସ୍‌-୪୬କୁ ନିଜ ଅକ୍ତିଆରକୁ ନେଇଛନ୍ତି । କେବଳ ୧୦ ଘଣ୍ଟା ଭିତରେ ଆଲେପ୍ପା ସହରର ଅନେକ ଗ୍ରାମକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି । ତେବେ ଏହି ଦାବି ଉପରେ ସିରିଆ ସରକାରଙ୍କ ପକ୍ଷରୁ କିଛି କୁହାଯାଇନାହିଁ । ୨୦୨୦ରେ ତୁର୍କୀର ସହଯୋଗରେ ବିଦ୍ରୋହୀ ଏବଂ ଅସଦ ସରକାରଙ୍କ ଭିତରେ ଏକ ବୁଝାମଣା ହୋଇଥିଲା ।

ଏଥିଯୋଗୁ ବିଦ୍ରୋହୀଙ୍କ ପକ୍ଷରୁ ଆକ୍ରମଣ କମିଥିଲା । ୨୦୧୧ରେ ଆରବ କ୍ରାନ୍ତି ସହ ସିରିଆରେ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା । ୨୦୦୦ ମସିହାରୁ ସିରିଆରେ କ୍ଷମତାରେ ଥିବା ବଶର ଅଲ୍ ଅସଦ୍‌ଙ୍କ ଏକଛତ୍ରବାଦ ଶାସନକୁ ବିରୋଧ କରି ଗଣତନ୍ତ୍ର ସମର୍ଥକମାନେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ । ଏହା ପରେ ଫ୍ରି ସିରିଆନ୍ ଆର୍ମି ନାମରେ ଏକ ବିଦ୍ରୋହୀ ଗୋଷ୍ଠୀ ଗଠନ ହୋଇଥିଲା । ଏହି ଗୋଷ୍ଠୀ ବନିବା ପରେ ସିରିଆରେ ଗୃହଯୁଦ୍ଧ ଆରମ୍ଭ ହୋଇଯାଇଥିଲା । ଏଥିରେ ଆମେରିକା, ରୁଷ୍‌, ଇରାନ, ସାଉଦି ଆରବ ଆଦି ସାମିଲ ହେବା ପରେ ସଂଘର୍ଷ ଆହୁରି ବଢ଼ିଗଲା । ଏହା ଭିତରେ ଆଇଏସ୍‌ଆଇଏସ୍ ଆତଙ୍କବାଦୀ ସଙ୍ଗଠନର ପ୍ରସାର ହୋଇଥିଲା । ଜାତିସଂଘ ରିପୋର୍ଟ ଅନୁସାରେ, ପ୍ରାୟ ଏକ ଦଶନ୍ଧି ଧରି ସିରିଆ ଗୃହଯୁଦ୍ଧରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା । ଲକ୍ଷ ଲକ୍ଷ ଲୋକଙ୍କୁ ଘରଦ୍ୱାର ଛାଡ଼ି ବିସ୍ଥାପିତ ହେବାକୁ ପଡ଼ିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking