23.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶବ୍ୟାୟାମ ବେଳେ ଚାଲିଗଲା ବଡି ବିଲଡରଙ୍କ ଜୀବନ

ବ୍ୟାୟାମ ବେଳେ ଚାଲିଗଲା ବଡି ବିଲଡରଙ୍କ ଜୀବନ

ନୂଆଦିଲ୍ଲୀ: ଜିମରେ ବ୍ୟାୟାମ ବେଳେ ହେଲା ହୃଦଘାତ। ଚାଲିଗଲା ୨୮ବର୍ଷୀୟ ବଡି ବିଲଡରଙ୍କ ଜୀବନ। ମୃତକଜଣକ ହେଲେ ବ୍ରାଜିଲରେ ରହୁଥିବା ବଡି ବିଲଡର ଜୋସ୍ ମ୍ୟାଟେସ୍ କୋରିଆ ସିଲଭା । ଫିଟ୍ ହୋଇ ଏଭଳି ହେବାରୁ ଏବେ ଚର୍ଚ୍ଚାରେ ରହିଛି ଖବର। ଜୋସ୍ ସବୁଦିନ ଭଳି ଜିମ୍ ଯାଇ ବ୍ୟାୟାମ କରୁଥିଲେ। ହେଲେ ତାଙ୍କ ସହ ଏଭଳି କିଛି ହୋଇଯିବ ବୋଲି ତାଙ୍କୁ ଜଣାନଥିଲା।
ସୂଚନା ମୁତବକ, ଜୋସ୍ ବହୁତ ଫିଟ୍ ଥିଲେ ଏବଂ ବଡ଼ି ବିଲଡିଂ କରୁଥିଲେ। ବଡ଼ି ବିଲଡିଂ ପାଇଁ ତାଙ୍କୁ ଅନେକ ପୁରସ୍କାର ମିଳିଥିଲା। ସେ ଏକା ଧାର‌ାରେ ଜଣେ ବଡି ବିଲଡର, ଓକିଲ, ନିଉଷ୍ଟ୍ରିସନିଷ୍ଟ ଏବଂ ଫିଟନେସ୍ ଉଦ୍ୟୋଗୀ ଥିଲେ ଜ୍ଝ ଘଟଣା ଦିନ ତାଙ୍କର ହୃଦଘାତ ହେବାରୁ ତାଙ୍କ ସହ ବ୍ୟାୟାମ କରୁଥିବା ସାଙ୍ଗ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ହେଲେ ସତ ଚେଷ୍ଟା ସତ୍ତ୍ବେ ସେ ବଞ୍ଚିପାରିନଥିଲେ। ଏହି ଖବର ଆସିବା ପରେ ଜୋସଙ୍କ ପରିବାର, ବନ୍ଧୁ ଓ ପ୍ରଶଂସକଙ୍କୂ ଶକ୍ତ ଧକ୍କା ଲାଗିଛି। ଜୋସଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ଜୋସଙ୍କ ସାଙ୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାଇକୁ ବଞ୍ଚାଇବାକୁ ଚେଷ୍ଟା କରିଥିବାରୁ ସେ ତାଙ୍କୁ ସୋସିଆଲ ମିଡିଆରେ ଧନ୍ୟବାଦ ଜଣାଇଛନ୍ତି। ତେବେ ଏହା ପ୍ରଥମ ଘଟଣା ନୁହେଁ। ସେପ୍ଟେମ୍ବରରେ ବ୍ରାଜିଲର ଆଉ ଜଣେ ବଡି ବିଲଡରଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ତାଙ୍କ ଘରେ ତାଙ୍କର ମୃତଦେହ ମିଳିଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking