ନୂଆଦିଲ୍ଲୀ: ଏବେ ଦିଲ୍ଲୀଦରବାରରେ ବେଶ ଚର୍ଚ୍ଚିତ ହୋଇଛି ବଲାଙ୍ଗୀରର ନକୁଳ ମୁଢି ଓ ରବି ଚା । ସମସ୍ତଙ୍କ ମୁହଁରେ ଚା ଓ ମୁଢ଼ିର ପ୍ରଂଶସା । କାରଣ ଓଡିଶା ପର୍ବରେ ବଲାଙ୍ଗୀରରୁ ଯାଇ ଦିଲ୍ଲୀରେ ଓଡିଶା ପର୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚା ପିଆଇଥିଲେ ରବି ଚା ଦୋକାନର ସୋମନାଥ ଚା’ଵାଲା । ତାହାପୁଣି ଆମ୍ବକସିଆ ଚା ଯାହାକି ନାଲି ଚା’ ର ଏକ ଭିନ୍ନ ସ୍ୱାଦଥିବା ଚା’ । ଯାହାକୁ ନିଜେ ପ୍ରଧାନମନ୍ତ୍ରୀ ଷ୍ଟଲକୁ ଯାଇ ସୋମନାଥଙ୍କ ସହ କଥା ହେବାସହ ତାଙ୍କ ହାତର ଚା’ ପିଇଥିଲେ। ଓ ଲାଜବାଜ ଟେଷ୍ଟ ବୋଲି କହିଥିଲେ । ଏହିପରି ବଲାଙ୍ଗୀର ଫେମସ ମୁଢି ଖାଇଥିଲେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ , କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ମନ୍ତ୍ରୀମାନେ । ତାସହ ନିଜେ ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୂର୍ମ୍ମୁ ଷ୍ଟଲକୁ ନେଇ ନକୁଳ ମୁଢି ଵାଲା ସହ କଥା ହୋଇ ତାଙ୍କ ମୁଢି କୁ ନେଇ ବେଶ ପ୍ରଶଂସା କରିଥିଲେ। ତେବେ ଏଭଳି ମୁଢି ଓ ଚା’କୁ ନେଇ ସମଗ୍ର ବଲାଙ୍ଗୀରରେ ଉଭୟଙ୍କୁ ସମ୍ବର୍ଦ୍ଧନା ସହ ଶୁଭେଚ୍ଛା ଦିଆଯାଉଛି ।










