27.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶତୀବ୍ର ନିନ୍ଦା କଲେ ଶେଖ୍ ହସିନା

ତୀବ୍ର ନିନ୍ଦା କଲେ ଶେଖ୍ ହସିନା

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ଧର୍ମ ପ୍ରଚାରକ ତଥା ଇସ୍କନ୍ ସନ୍ଥ ଚିନ୍ମୟ କୃଷ୍ଣ ଦାସ ପ୍ରଭୁ ବ୍ରହ୍ମଚାରୀଙ୍କ ଗିରଫଦାରୀ ପ୍ରସଙ୍ଗରେ ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଆଜି ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ବାଂଲାଦେଶ ଛାଡି ଭାରତ ଚାଲିଆସିଥିବା ହସିନା କହିଛନ୍ତି, ବାଂଲାଦେଶର ନବଗଠିତ ଅନ୍ତରୀଣ ସରକାର ତୁରନ୍ତ ହିନ୍ଦୁ ଭିକ୍ଷୁ ଚିନ୍ମୟ କୃଷ୍ଣ ଦାସଙ୍କୁ ମୁକ୍ତ କରିବା ଉଚିତ୍‌। ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ସେ ତୀବ୍ର ନିନ୍ଦା କରିଛନ୍ତି। ଆୱାମୀ ଲିଗ୍ ସଭାପତି ଶେଖ୍ ହସିନା କହିଛନ୍ତି ଯେ ସନାତନ ଧର୍ମ ସମ୍ପ୍ରଦାୟର ଜଣେ ବରିଷ୍ଠ ନେତାଙ୍କୁ ଅନ୍ୟାୟ ଭାବରେ ଗିରଫ କରାଯାଇଛି ଏବଂ ତାଙ୍କୁ ଗୋଟିଏ ମୁହୂର୍ତ୍ତ ବିଳମ୍ବ ନକରି ତୁରନ୍ତ ମୁକ୍ତ କରାଯିବା ଉଚିତ୍‌। ଚଟଗାଁଓରେ ଏକ ମନ୍ଦିର ଜଳିଯାଇଛି। ଏହାପୂର୍ବରୁ ଅହମ୍ମଦିଆ ସମ୍ପ୍ରଦାୟର ମସଜିଦ, ଦରଘା, ଚର୍ଚ୍ଚ, ମଠ ଏବଂ ଘର ଉପରେ ଆକ୍ରମଣ, ଭଙ୍ଗାରୁଜା, ଲୁଟ ଓ ନିଆଁ ଲାଗିଯାଇଥିଲା। ସମସ୍ତ ସମ୍ପ୍ରଦାୟର ଲୋକଙ୍କ ପାଇଁ ଧାର୍ମିକ ସ୍ୱାଧୀନତା ଏବଂ ଜୀବନ ତଥା ସମ୍ପତ୍ତିର ସୁରକ୍ଷା ନିଶ୍ଚିତ ହେବା ଉଚିତ୍‌? ତେବେ ଚିନ୍ମୟ କୃଷ୍ଣ ଦାସଙ୍କ ବିରୋଧରେ ଦେଶଦ୍ରୋହ ଭଳି ଅଭିଯୋଗ ଅଣାଯିବାକୁ ମଧ୍ୟ ବାଂଲାଦେଶ ସରକାରଙ୍କ ଷଡଯନ୍ତ୍ର ବୋଲି ହସିନା ଅଭିହିତ କରିଛନ୍ତି। ହସିନାଙ୍କ କହିବାନୁସାରେ ବାଂଲାଦେଶରେ ହିନ୍ଦୁ ଧର୍ମାବଲମ୍ବୀ ତଥା ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାର ବନ୍ଦ ହେବା ଉଚିତ୍‌। ସଂଖ୍ୟାଲଘୁଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ସେମାନଙ୍କ ଧର୍ମଗତ ଅଧିକାରକୁ ମଧ୍ୟ ସ୍ୱାଧୀନତା ଦିଆଯିବା ଉଚିତ୍‌। ପ୍ରକାଶ, ଶେଖ୍ ହସିନାଙ୍କ ବିରୋଧରେ ମଧ୍ୟ ଦେଶଦ୍ରୋହ ଅଭିଯୋଗ ଆଣି ତାଙ୍କୁ ପଳାତକ ଘୋଷିତ କରିଛନ୍ତି ବାଂଲାଦେଶର ନୋବେଲ୍ ବିଜେତା ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking