24.1 C
Bhubaneswar
Thursday, November 28, 2024
Homeଓଡିଶାକୋଟିଆ ବ୍ୟତିତ ଅନ୍ୟ ରାଜ୍ୟ ସହିତ ବଡ ସୀମା ବିବାଦ ନାହିଁ

କୋଟିଆ ବ୍ୟତିତ ଅନ୍ୟ ରାଜ୍ୟ ସହିତ ବଡ ସୀମା ବିବାଦ ନାହିଁ

ଭୁବନେଶ୍ୱର : କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜକୁ ବାଦ୍‍ ଦେଲେ ରାଜ୍ୟରେ ପ୍ରାୟତଃ ବଡ ଧରଣର ସୀମା ବିବାଦ ନାହିଁ । ଜିଲ୍ଲାର ପଟ୍ଟାଙ୍ଗୀ ତହସିଲର ୨୧ଟି କୋଟିଆ ଗ୍ରାମପୁଞ୍ଜକୁ ନେଇ ଆନ୍ଧ୍ରପ୍ରଦେଶ ସହିତ ୧୯୬୮ ମସିହାରୁ ସୀମା ବିବାଦ ରହିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ ପୂଜାରୀ କହିଛନ୍ତି ଯେ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟମାନଙ୍କ ସହିତ ଓଡିଶାର ୧୪ଟି ଜିଲ୍ଲାର ସୀମା ଲାଗି କରି ରହିଛି । ଏହିସବୁ ଜିଲ୍ଲାଗୁଡିକ ହେଉଛି ବାଲେଶ୍ୱର, ଗଞ୍ଜାମ, ଗଜପତି, ରାଗୟଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଓ ମୟୁରଭଞ୍ଜ । ତେବେ କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜକୁ ବାଦ୍‍ ଦେଲେ ରାଜ୍ୟରେ ପ୍ରାୟତଃ ବଡ ଧରଣର ସୀମା ବିବାଦ ନାହିଁ ।

୨୧ଟି କୋଟିଆ ଗ୍ରାମପୁଞ୍ଜକୁ ନେଇ ଆନ୍ଧ୍ରପ୍ରଦେଶ ସହିତ ୧୯୬୮ମସିହାରୁ ସୀମା ବିବାଦ ରହିଥିବାବେଳେ ଓଡିଶା ସରକାର ଆନ୍ଧ୍ର ସରକାରଙ୍କ ବିରୁଦ୍ଧରେ ସୁପ୍ରିମକୋର୍ଟଙ୍କ ନିକଟରେ ମାମଲାଟି ଦାଏର କରିଥିଲେ । ୨୦୦୬ ମସିହାରେ ଅଦାଲତ ଏହି ମାମଲାକୁ ଖାରଜ କରିବା ସହିତ ଆପୋଷ ଆଲୋଚନା ମାଧ୍ୟମରେ ଫଏସଲା ହେବା ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ କହିଥିଲେ । ତେବେ ଆନ୍ଧ୍ର ପ୍ରଦେଶ ସରକାର କୋଟିଆରେ ପଞ୍ଚାୟତ ତଥା ମଣ୍ଡଳ ପରିଷଦ ଓ ଜିଲ୍ଲା ପରିଷଦ ଆଞ୍ଚଳିକ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ କରିବାପାଇଁ ବିଜ୍ଞପ୍ତି ଜାରି କରିବାପାରେ ଓଡିଶା ସରକାର ସୁପ୍ରିମକୋର୍ଟରେ ମାମଲା ଦାଏର କରିଥିଲେ । ଏହି ମାମଲାଟି ଏବେ ବିଚାରାଧିନ ରହିଛି । ଏଥି ସହିତ ଓଡିଶା ସରକାର ୨୦୨୩ ମସିହାରେ ଏକ ନୂତନ ଅରଜିନାଲ ସୁଟ୍‍ ଦାଖଲ କରିଥିଲେ ଯାହା ବି ବିଚାରାଧିନ ରହିଛି । ଉଭୟ ରାଜ୍ୟ ନିଜ ନିଜର ମାଲିକାନା ସାବ୍ୟସ୍ତ କରୁଥିବାରୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହାର ଫଏସଲା ନହେବା ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking