19.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶକଳି କରି ଘରେ ନିଆଁ ଲଗାଇଲା ସ୍ୱାମୀ: ଜଳିପୋଡି ସବୁ ପାଉଁଶ  

କଳି କରି ଘରେ ନିଆଁ ଲଗାଇଲା ସ୍ୱାମୀ: ଜଳିପୋଡି ସବୁ ପାଉଁଶ  

ନୂଆଦିଲ୍ଲୀ: କଠିନ ପରିଶ୍ରମ କରି ଘର କରିବା ସହ ଆବଶ୍ୟକ ଘରକରଣା ଜିନିଷ ରଖିଥିଲେ। ହେଲେ ପତ୍ନୀଙ୍କ ସହ ଝଗଡ଼ା ହେବାରୁ ଜଣେ ବ୍ୟକ୍ତି ନିଜ ହାତରେ ହିଁ ନିଜ ଘରକୁ ପୋଡ଼ି ପାଉଁଶ କରି ଦେଇଛନ୍ତି। ପତ୍ନୀଙ୍କ ସହ ପାଟିତୁଣ୍ଡ କରି ସେ ଘରର ଜିନିଷ ଭଙ୍ଗା ରୁଜା କରିବା ସହ ସେଥିରେ ନିଆଁ ଲଗାଇ ଦେଇଛନ୍ତି। ସବୁ କିଛି ପୋଡ଼ି ପାଉଁଶ ହେବା ଯାଏ ବ୍ୟକ୍ତି ଜଣଙ୍କ ସେଠାରେ ବେଶ ସ୍ୱାଭାବିକ ଢଙ୍ଗରେ ଛିଡ଼ା ହୋଇ ଏହାକୁ ଦେଖିବା ସମସ୍ତଙ୍କୁ ଚକିତ କରିଛି। ମଧ୍ୟପ୍ରଦେଶର ଆନନ୍ଦ ନଗର ଅଞ୍ଚଳରେ ଏପରି ଘଟଣା ଘଟିଛି। ନିଜ ଘରକୁ ପୋଡ଼ି ପାଉଁଶ କରିଦେଇଥିବା ବ୍ୟକ୍ତି ଜଣଙ୍କ ହେଲେ ଶ୍ରୀରାମ କୁଶୱା। ସେ ପ୍ରାୟତଃ ସବୁବେଳେ ପତ୍ନୀ ରଜନୀଙ୍କ ସହ ଝଡ଼ଗା କରନ୍ତି। ତେବେ ଘଟଣା ଦିନ ଝଗଡ଼ା ସବୁ ସୀମା ପାର କରି ଯାଇଥିଲା।ରଜନୀଙ୍କ ସହ ଯୁକ୍ତିତର୍କ କରି ଶ୍ରୀରାମ ପୂରା ରାଗି ଯାଇଥିଲେ। ସେ ନିଜ ଉପରୁ ନିୟନ୍ତ୍ରଣ ହରାଇ ଘରେ ଥିବା ଜିନିଷପତ୍ରକୁ ଭଙ୍ଗା ରୁଜା କରିବା ସହ ସେସବୁ ବାହାରକୁ ଆଣିଥିଲେ। ଏହାପରେ ସେଥିରେ କିରାସିନ ଢାଳି ନିଆଁ ଲଗାଇ ଦେଇଥିଲେ। ସେ ଘରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ଜିନିଷପତ୍ର ହୁତୁହୁତୁ ହୋଇ ଜଳିବାରୁ ପୂରା ଅଞ୍ଚଳର ଧୂଆଁମୟ ହୋଇଯାଇଥିଲା। ଏହାକୁ ଦେଖି ପଡ଼ୋଶୀମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ଅଧିକାଂଶ ଜିନିଷ ପୋଡ଼ି ପାଉଁଶ ହୋଇଯାଇଥିଲା।
ପ୍ରାଥମିକ ଅବସ୍ଥାରେ ଶର୍ଟସର୍କିଟ ଯୋଗୁ ଏପରି ଘଟିଥିବା ପୁଲିସ୍ ଆଶଙ୍କା କରିଥିଲା। କିନ୍ତୁ ଅଧିକ ତଦନ୍ତ ପରେ ଶ୍ରୀରାମ ପତ୍ନୀଙ୍କ ସହ ଝଗଡ଼ା କରି ଏତେ ବଡ଼ କାଣ୍ଡ ଘଟାଇଥିବା ଥିବା ସ୍ପଷ୍ଟ ହୋଇଛି। ପୁଲିସ୍ ଶ୍ରୀରାମ ଓ ରଜନୀଙ୍କୁ ଥାନାକୁ ନେଇ ବେଶ କିଛି ସମୟ ବୁଝାଇଥିଲା। ଏହାପରେ ସେମାନେ ନିଜର ଭୁଲ ସ୍ୱୀକାର କରିବାରୁ ପୁଲିସ ସେମାନଙ୍କୁ ଛାଡ଼ି ଦେଇଛି। ଏଥିସହ ଭବିଷ୍ୟତରେ ଯେମିତି ଉଭୟ ଝଗଡ଼ା ନ କରନ୍ତି, ସେଥିପାଇଁ ତାଗିଦ ମଧ୍ୟ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking