21.1 C
Bhubaneswar
Wednesday, November 27, 2024
Homeଦେଶ ବିଦେଶକର୍ମଚାରୀ ଘୁମେଇବାରୁ ଚାକିରିରୁ ବିଦା କଲେ ବସ

କର୍ମଚାରୀ ଘୁମେଇବାରୁ ଚାକିରିରୁ ବିଦା କଲେ ବସ

ନୂଆଦିଲ୍ଲୀ: ଅଫିସ୍ ରେ ଘୁମେଇବାରୁ ଚାଲିଗଲା ଚାକିରି ।ବ୍ୟକ୍ତି ଜଣଙ୍କ ଏ ମାମଲାକୁ ନେଇ କୋର୍ଟକୁ ଗଲେ । କୋର୍ଟରେ କେସ୍ ଜିତିବା ପରେ କର୍ମଚାରୀଙ୍କୁ  ୪୦ ଲକ୍ଷ କ୍ଷତିପୂରଣ ଦେଲା କମ୍ପାନୀ । ଏଭଳି ଏକ ଘଟଣା ଘଟିଛି ଚୀନ୍ ରେ । ଏହି ମାମାଲା ସାମ୍ନାକୁ ଆସିଲା ପରେ ଖୁବ୍ ଚର୍ଚ୍ଚା ହେଉଛି ।  ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅଫିସ୍ ରେ କର୍ମଚାରୀ ଜଣଙ୍କ କାମ କରୁଥିବା ବେଳେ ଘୁମେଇ ପଡିଥିଲେ ।କର୍ମଚାରୀଙ୍କ ଏହି ଘୁମେଇବା ଦେଖିଦେଲେ ଅଫିସ୍ ର ବସ୍ । ସାଙ୍ଗେ ସାଙ୍ଗେ କର୍ମଚାରୀ ଜଣଙ୍କୁ ଚାକିରିରୁ ବିଦା କରିଦେଲେ । ଉକ୍ତ ଅଫିସ୍ ରେ କର୍ମଚାରୀ ଭାବେ ଲମ୍ବା ସମୟ ପର‌୍ୟ୍ୟନ୍ତ କାମ କରିଥିଲେ ବ୍ୟକ୍ତି ଜଣଙ୍କ । ତେଣୁ  ସେ ଅଫିସ୍ ର ନିଷ୍ପତ୍ତିରେ ସହମତି ପ୍ରକାଶ ନ କରି କୋର୍ଟ ରେ କେସ୍ କଲେ । ଆଉ କେସ୍ ଜିତିଗଲେ । ଫଳରେ କମ୍ପାନୀ ବ୍ୟକ୍ତି ଜଣଙ୍କୁ  ୪୦ ଲକ୍ଷର କ୍ଷତିପୂରଣ ଦେଲା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking