ଭୁବନେଶ୍ୱର: ଗୃହରେ ଗନ୍ଧମାର୍ଦ୍ଧନକୁ ନେଇ ଉଦବେଗ ପ୍ରକାଶ । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଉଦବେଗ । ପୂର୍ବ ସରକାର ବକ୍ସସାଇଟ ଖନନ ପାଇଁ ଦେଇଥିଲେ । ଏହାକୁ ନେଇ ସେତେବେଳେ ଜନଆନ୍ଦୋଳନ ହୋଇଥିଲା। ବିଜୁଙ୍କ ସରକାର ନିର୍ଦେଶକୁ ବାତିଲ କରିଥିଲେ। ଏ ସରକାର ପୁଣି ଅଦାନୀକୁ ଟେକି ଦେବାକୁ ଯାଉଛନ୍ତି । ଯେଉଁ କମ୍ପାନୀ ଭାରତ ବର୍ଷକୁ ବିଶ୍ୱରେ ନିନ୍ଦିତ କରୁଛି । ଗନ୍ଧମାର୍ଦ୍ଧନ ପ୍ରସଙ୍ଗରେ ସରକାରଙ୍କୁ ପ୍ରସନ୍ନଙ୍କ ପ୍ରଶ୍ନ । ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି କି ? ବକ୍ସସାଇଟ ଖନନ ପାଇଁ କାହାକୁ ଦେବାକୁ ଲକ୍ଷ ରଖିଛନ୍ତି। ଏ ସମ୍ପର୍କରେ ସ୍ପଷ୍ଟିକରଣ ସରକାର ଦିଅନ୍ତୁ। ଓଡ଼ିଶାବାସୀ ତାର ଜବାବ ମାଗୁଛନ୍ତି ।