ବଲାଙ୍ଗୀର: ବାହାର ରାଜ୍ୟକୁ ଚାଲାଣବେଳେ ବଲାଙ୍ଗିର ଜିଲ୍ଲା ଲର୍କୀ ଗାଁରୁ ୧୭ଜଣ ଦାଦନ ଶ୍ରମିକ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ଶ୍ରମିକମାନଙ୍କ ମଧ୍ୟରେ ପୁରୁଷ ୭, ମହିଳା ୮ ଓ ଛୋଟ ଛୁଆ ୨ ଜଣ ଅଛନ୍ତି। ଉଦ୍ଧାର ଶ୍ରମିକଙ୍କ ଘର ଦେଓଗାଁ ଥାନା କୁଡ଼ାସିଂହା ଗାଁର ବୋଲି ଜଣାଯାଇଛି। ଏହି ଘଟଣାରେ ବେଳପଡ଼ା ଥାନା ତଅଁଳା ଗାଁର ମାଧବ ଷାଣ୍ଢ ଓ ତୁରେକେଲା ଥାନା ଲର୍କୀ ଗାଁର ଧନେଶ୍ୱର ନାଗଙ୍କୁ ଦୁଇ ଜଣକୁ ଗିରଫ କରିଛି ତୁରେକେଲା ପୋଲିସ ।