23.1 C
Bhubaneswar
Monday, February 23, 2026
Homeଓଡିଶାଚାଷୀ ଘେରିଲେ ଜିଲ୍ଲାପାଳ ଅଫିସ

ଚାଷୀ ଘେରିଲେ ଜିଲ୍ଲାପାଳ ଅଫିସ

ବରଗଡ଼ : ଜୟକିଶାନ ଆନ୍ଦୋଳନର ଶତାଧିକ ଚାଷୀ ବରଗଡ଼ ଜିଲ୍ଲାପାଳ ଅଫିସ ଘେରିଲେ । ଜୟକିଶାନ ଆନ୍ଦୋଳନର ଶତାଧିକ ଚାଷୀ ବରଗଡ଼ ଜିଲ୍ଲାପାଳ ଅଫିସ୍ ଘେରିବା ସହ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଚାରି ବର୍ଷ ତଳେ ୩ କଳା କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଦୀର୍ଘ ୧୩ ମାସ ଧରି କୃଷକ ଆନ୍ଦୋଳନ ହୋଇଥିଲା। ଦୀର୍ଘ ମାସର ଆନ୍ଦୋଳନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩  କଳା କୃଷି ଆଇନକୁ ରଦ୍ଦ ପାଇଁ ଘୋଷଣା କରିଥିଲେ। ସଂଯୁକ୍ତ କୃଷକ ମୋର୍ଚ୍ଚlର ଦାବି ଗୁଡିକୁ ପାଳନ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସେହି ଦାବି ଗୁଡିକୁ ପାଳନ ନକରି କୃଷକମାନଙ୍କୁ ଧୋକା ଦେଇଥିବା ଅଭିଯୋଗ ଆଣିଛନ୍ତି ଚାଷୀ। ଏହାସହ ଗ୍ରେନ ଅନାଲାଇଜର ମେସିନ୍ ନାଁରେ ଚାଷୀଙ୍କୁ ହଇରାଣ ନକରି ଧାନ କିଣା ବିକ୍ରି ପ୍ରକ୍ରିୟା ଠିକ୍ କରିବାକୁ ଦାବି କରିଛନ୍ତି। ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ୩ଶହ ୟୁନିଟ ବିଜୁଳି ଦାବି ପୂରଣ ନହେଲେ ଆଗମୀ ଦିନରେ ପୁଣିଥରେ ଆନ୍ଦୋଳନ ହେବ ବୋଲି ଚାଷୀ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking