27.1 C
Bhubaneswar
Sunday, March 29, 2026
Homeଓଡିଶାବାଂଲାଦେଶୀ ନାବାଳିକା ଉଦ୍ଧାର ମାମଲା: ଆଉ ଜଣେ ଅଭିଯୁକ୍ତ ଗିରଫ

ବାଂଲାଦେଶୀ ନାବାଳିକା ଉଦ୍ଧାର ମାମଲା: ଆଉ ଜଣେ ଅଭିଯୁକ୍ତ ଗିରଫ

କଟକ :  ବାଂଲାଦେଶୀ ନାବାଳିକା ଉଦ୍ଧାର ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ବାନ୍ଧିଛି ପୋଲିସ । ଗିରଫ ଦଲାଲ ହେଉଛନ୍ତି, ଅଭିଯୁକ୍ତ ଅବଦୁଲ୍ଲ ସୟଦ ସୁଲେମାନ ଗିରଫ ହୋଇଛି । ସୁଲେମାନଠାରୁ  ମାଷ୍ଟରମାଇଣ୍ଡ ଗୋପୀ ବିଷୟରେ କିଛି ତଥ୍ୟ ମିଳିଛି । ଭୁବନେଶ୍ୱର କଟକ ନୁହେଁ ପଶ୍ଚିମବଙ୍ଗ ଲିଙ୍କ ଥିବା ଉଦ୍ଧାର ବାଂଲାଦେଶୀ ନାବାଳିକାଠାରୁ ଜାଣିବାକୁ  ପାଇଛି ପୋଲିସ । ଏନେଇ କଟକ ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି । ଆହୁରି କହିଛନ୍ତି, ଏଥିରେ ଏକାଧିକ ଲୋକଙ୍କର ସମ୍ପୃକ୍ତି ଥିବା କହିଛି ନାବାଳିକା । ଏମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି । ସେପଟେ ନାବାଳିକା ପରିବାର ଠାରୁ ନାବାଳିକା ସଂପର୍କରେ କିଛି ତଥ୍ୟ ମାଗିଛି ପୋଲିସ । ସୂଚନା ଅନୁସାରେ ସୋମବାର ଲକ୍ଷ୍‌ମୀ ସାଗର ଥାନା ଅଞ୍ଚଳରୁ ଦୁଇଜଣ ଦଲାଲକୁ ଉଠାଇନେଇଥିଲା ପୋଲିସ । ବାଂଲାଦେଶୀ  ନାବାଳିକା ଉଦ୍ଧାର ଘଟଣାରେ ଅଭିଯୁକ୍ତକୁ ପଚରାଉଚରା କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking