ନୂଆଦିଲ୍ଲୀ: ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମେଡିକାଲରେ ଭର୍ତ୍ତି । ସ୍ୱାସ୍ଥ୍ୟଜନିତ ସମସ୍ୟା ନେଇ ତାଙ୍କୁ ଚେନ୍ନାଇର ଆପୋଲୋ ହସପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଆରବିଆଇ ପକ୍ଷରୁ କୁହାଯାଇଛି । ଆଉ ଦୁଇ ତିନି ଘଣ୍ଟା ପରେ ସେ ଡିସଚାର୍ଜ ହୋଇପାରନ୍ତି ନେଇ ସୂଚନା ।