24.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଚେକ ପୋଷ୍ଟରେ ଜଗୁନି ପୋଲିସ : ତାତିଲେ ସୁପ୍ରିମ କୋର୍ଟ 

ଚେକ ପୋଷ୍ଟରେ ଜଗୁନି ପୋଲିସ : ତାତିଲେ ସୁପ୍ରିମ କୋର୍ଟ 

ନୂଆଦିଲ୍ଲୀ : ଦିଲ୍ଲୀ ରେ ବାୟୁ ପ୍ରଦୂଷଣ ଅତି ସାଂଘାତିକ ସ୍ଥିତିରେ ରହିଛି। ବାୟୁ ଗୁଣବତ୍ତା ସୂଚକାଙ୍କ ଅତି ନିମ୍ନ ସ୍ତରରେ ଥିବାରୁ ସହରରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ ଚତୁର୍ଥ ଚରଣ (ଏଜଇଚ-୪) ଜାରି କରାଯାଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ନିର୍ମାଣ କାର‌୍ୟ୍ୟ ଠାରୁ ଆରମ୍ଭ କରି ସହରରେ ଗାଡ଼ି ଚଳାଚଳ ଉପରେ ମଧ୍ୟ କଟକଣା ଲାଗିଛି। ହେଲେ ଏସବୁକୁ ତଦାରଖ କରିବା ପାଇଁ ସହରର ସମସ୍ତ ସୀମାରେ ଚେକ୍ ପୋଷ୍ଟ ନାହିଁ। ଯାହାକୁ ନେଇ ଦିଲ୍ଲୀ ପୁଲିସ ଉପରେ ପ୍ରବଳ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ଏଏସ୍ ଓକାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ (ଉଇଛଗ) ଅଧିନିୟମ ଆଧାରରେ ଦିଲ୍ଲୀ ପୁଲିସ କମିଶନରଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ବିଚାର କରାଯାଉଛି। କାରଣ ବାୟୁ ପ୍ରଦୂଷଣ ଅତି ସାଂଘାତିକ ସ୍ଥିତିରେ ପହଞ୍ଚିଲା ପରେ ସହରରେ ୧୮ ନଭେମ୍ବରରୁ ଏଜଇଚ-୪ ଜାରି କରାଯାଇଛି। ଏହାକୁ ସଠିକ ଭାବରେ ପାଳନ କରାଯାଉଛି କି ନାହିଁ, ତାହାର ତଦାରଖ କରିବା ପାଇଁ ସହରର ସମସ୍ତ ଚେକ୍ ପୋଷ୍ଟରେ ପୁଲିସ ଅଧିକାରୀଙ୍କୁ ନିଯୋଜିତ କରାଯିବା କଥା। ହେଲେ ଏପର‌୍ୟ୍ୟନ୍ତ କେବଳ ୨୩ଟି ଚେକ୍ ପଏଣ୍ଟରେ ପୁଲିସ ଅଧିକାରୀଙ୍କୁ ନିଯୋଜିତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking