ଯାଜପୁର : ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି । ଯାଜପୁର ଟାଉନ ଥାନା ଯାଇ ସମୀକ୍ଷା ପରେ କେନ୍ଦ୍ରାଞ୍ଚଳ ଡିଆଇଜି କହିଛନ୍ତି ଯେ, ଏଯାବତ ୧୭ଟି ମାମଲା ହୋଇଛି । ୧୯ ଜଣଙ୍କୁ ଗିରଫ କରାଯାଇଛି । ସେ କହିଛନ୍ତି ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ ନିୟନ୍ତ୍ରଣ ରହିଛି । ସମ୍ବେଦନଶୀଳ ସ୍ଥାନରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ସାକ୍ଷ୍ୟ ପ୍ରମାଣ ଆଧାରରେ ପୋଲିସ ଆଗକୁ ବଢୁଛି ବୋଲି କେନ୍ଦ୍ରାଞ୍ଚଳ ଡି ଆଇ ଜି ଚରଣସିଂ ମୀନା କହିଛନ୍ତି । ୩ଟି ମାମଲାରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ । ବିଧାୟକଙ୍କୁ ଆକ୍ରମଣ ,ରାସ୍ତାରୋକ ଏବଂ ଟାଉନ ଥାନା ଘୋରାଉର ତଦନ୍ତ କରାଯାଉଛି ।