19.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶକଳ୍ପନା ସୋରେନ : ଝାଡ଼ଖଣ୍ଡ ରାଜନୀତିରେ ନୂଆ ତାରକା

କଳ୍ପନା ସୋରେନ : ଝାଡ଼ଖଣ୍ଡ ରାଜନୀତିରେ ନୂଆ ତାରକା

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ପ୍ରାୟ ସ୍ପଷ୍ଟ ହୋଇଯାଇଛି। ପୁଣି ଥରେ ରାଜ୍ୟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନଙ୍କ ନେତୃତ୍ୱରେ ସରକାର ଗଠନ ହେବାକୁ ଯାଉଛି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ୫୬ଟି ଆସନରେ ବିଜୟୀ ହେଉଛି । ବିଜେପି ଏଥର ୨୦୧୯ରେ ନିଜର ପ୍ରଦର୍ଶନକୁ ଦୋହରାଇବାରେ ସକ୍ଷମ ହୋଇନାହିଁ। ଏହା ୨୪ଟି ଆସନରେ ଆଗୁଆ ରହିଛି। ଚଳିତ ଝାଡ଼ଖଣ୍ଡ ନିର୍ବାଚନ ଅନେକ ଦୃଷ୍ଟିରୁ ରୋଚକ ହୋଇଛି।

କିନ୍ତୁ ଏହାର ସବୁଠାରୁ ରୋଚକ ଦିଗ ହେଉଛି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ମୁର୍ମୁ ସୋରେନଙ୍କ ଉତ୍ଥାନ । ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜେଲ ଯିବା ପରେ ଜେଏମଏମ ଦଳ ପ୍ରତି ଯୋଉଁ ବିପଦ ମାଡ଼ିଆସିଥିଲା ତାହାର ମୁକାବିଲା କରିଥିଲେ କଳ୍ପନା । ଏହି ଘଡ଼ିସନ୍ଧି ମୂହୂର୍ତ୍ତରେ ସେ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ । ଲୋକସଭା ନିର୍ବାଚନ ପୂର୍ବରୁ ସେ ନିଜ ଦଳର ପ୍ରଚାର କାର୍ଯ୍ୟର ନେତୃତ୍ବ ନେଉଥିଲେ । ଝାଡ଼ଖଣ୍ଡର ଗାଣ୍ଡେୟ ବିଧାନସଭା ଉପନିର୍ବାଚନ ଜିତି ବିଧାନସଭାରେ ପ୍ରବେଶ କରିଥିଲେ । ଲୋକସଭା ନିର୍ବାଚନ ପରେ ସେ ବିଧାନସଭା ନିର୍ବାଚନରେ ଦଳର ବିଜୟ ପାଇଁ କ୍ଷେତ୍ର ପ୍ରସ୍ତୁତିରେ ଲାଗିପଡ଼ିଥିଲେ । ତାହାର ସୁଫଳ ଆଜି ଦଳକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking