17.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶ‘ଚଳନ୍ତା ନିମୋନିଆ’ ସହ ସଂଘର୍ଷ କରୁଛି ଦିଲ୍ଲୀ

‘ଚଳନ୍ତା ନିମୋନିଆ’ ସହ ସଂଘର୍ଷ କରୁଛି ଦିଲ୍ଲୀ

ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ   ଗତ କିଛି ଦିନ ଧରି କ୍ରମାଗତ ଭାବରେ ‘ଗମ୍ଭୀର’ ବର୍ଗରେ ରହି ଆସୁଥିବା ବେଳେ ଏହା ସୁସ୍ଥ ବ୍ୟକ୍ତିବିଶେଷଙ୍କୁ ବି ପ୍ରଭାବିତ କରିଥିଲା। ଖରାପ ବାୟୁ ହେତୁ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଏହି ସଙ୍କଟ ମଧ୍ୟରେ ଜାତୀୟ ରାଜଧାନୀର ଡାକ୍ତରଖାନାଗୁଡ଼ିକର ପ୍ରବଳ ବାୟୁ ପ୍ରଦୂଷଣ ସହ ଜଡିତ ଶ୍ୱାସକ୍ରିୟା ଜନିତ ରୋଗର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏମିତି ଏକ ରୋଗ ହେଉଛି “ଚଳନ୍ତା ନିମୋନିଆ”। ଏହା ଫୁଲ-ବ୍ଲୋନ୍ ନିମୋନିଆ ଅପେକ୍ଷା କମ୍ ଗୁରୁତର ଅଟେ। ଏହି ନିମ‌ୋନିଆରେ କ୍ତରଖାନାରେ ଭର୍ତ୍ତି ହେବା ସାଧାରଣତଃ ଆକଶ୍ୟକ ପଡ଼େ ନାହିଁ। ଯେଉଁ କାରଣରୁ ଏହାର ନାମ ଡାକ୍ତରମାନେ ‘ଚଳନ୍ତା ନିମୋନିଆ’ ବା ‘ୱାକିଂ ନିମୋନିଆ’ ନାମ ଦେଇଛନ୍ତି। ଏହି ସଂକ୍ରମଣ ୩-୫ ଦିନ ମଧ୍ୟରେ ରହିଥାଏ। ସଂକ୍ରମିତ ବ୍ୟକ୍ତିଙ୍କ କାଶ କିମ୍ବା ଛିଙ୍କ ଦ୍ବାରା ‘ଚଳନ୍ତା ନିମୋନିଆ’  ବିସ୍ତାର ହୋଇପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking