28.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶପିଟି ହେଲା ନୌସେନା ଜାହାଜ ସହ ମାଛଧରା ବୋଟ

ପିଟି ହେଲା ନୌସେନା ଜାହାଜ ସହ ମାଛଧରା ବୋଟ

ଗୋଆ :  ମଝି  ସମୁଦ୍ରରେ  ଭାରତୀୟ ନୌସେନା ଜାହାଜ ସହ ପିଟି ହେଲା  ମାଛଧରା ବୋଟ । ଗତ ସନ୍ଧ୍ୟାରେ  ଗୋଆ  ସମୁଦ୍ର  କୂଳରୁ ୭୦  କିମି ସମୁଦ୍ର ମଝିରେ ଏଭଳି ଅଘଟଣ ଘଟିଛି । ଗୋଆର ଉତ୍ତର ପଶ୍ଚିମ ସମୁଦ୍ରରେ ଗତକାଲି ସନ୍ଧ୍ୟାରେ ଭାରତୀୟ ନୌସେନାର ଏକ ଜାହାଜ ଯାଉଥିଲା। ଉକ୍ତ ସମୟରେ ସମୁଦ୍ରରେ ଥିବା ଏକ ମାଛ ଧରା ବୋଟ୍ ସହ ଜାହାଜଟି ପିଟି ହେଲା। ଫଳରେ ବୋଟଟି ଛିନଛତ୍ର ହୋଇ ଯାଇଥିବା ବେଳେ ସେଥିରେ ଥିବା ୧୩ ଜଣ ପାଣିରେ ଖସି ପଡ଼ିଥିଲେ। ନୌସେନା ପକ୍ଷରୁ ତୁରନ୍ତ ଉଦ୍ଧାର କାର‌୍ୟ୍ୟ ଆରମ୍ଭ କରାଯାଇ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି। ମାତ୍ର ଆଉ ୨ ଜଣଙ୍କ ପତ୍ତା ମିଳୁ ନ ଥିବା ଜଣାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking