25.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶଏକ୍‌ଜିଟ୍ ପୋଲ୍‌; ମହାରାଷ୍ଟ୍ରରେ ପୁଣିଥରେ ମହାୟୁତି ମେଣ୍ଟ ସରକାର

ଏକ୍‌ଜିଟ୍ ପୋଲ୍‌; ମହାରାଷ୍ଟ୍ରରେ ପୁଣିଥରେ ମହାୟୁତି ମେଣ୍ଟ ସରକାର

ମୁମ୍ବାଇ: ଦିନକ ପୂର୍ବେ ଶେଷ ହୋଇଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଆସନ୍ତା ୨୩ ତାରିଖରେ ଭୋଟ୍ ଗଣତି ସହ ଫଳାଫଳ ମଧ୍ୟ ଘୋଷଣା ହେବ। ତେବେ ଏହାପୂର୍ବରୁ କେତେକ ସଂସ୍ଥା ପକ୍ଷରୁ ଏକ୍‌ଜିଟ୍ ପୋଲ୍ ଫଳାଫଳ ଜାରି କରାଯାଇଛି। ଅଧିକାଂଶ ସଂସ୍ଥା ପକ୍ଷରୁ ପ୍ରକାଶିତ ଏକଜିଟ୍ ପୋଲ୍ ଫଳାଫଳ ଅନୁସାରେ ମହାରାଷ୍ଟ୍ରରେ ପୁଣିଥରେ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ (ବିଜେପି-ଏନ୍‌ସିପି(ଅଜିତ୍ ପୱାରୀ ଗୋଷ୍ଠୀ)-ଶିବସେନା (ଶିନ୍ଦେ ଗୋଷ୍ଠୀ)) ସରକାର ଗଠନ କରିବ। ସୂଚନାଯୋଗ୍ୟ ୨୮୮ ଆସନ ବିଶିଷ୍ଟଳ ମହାରାଷ୍ଟ୍ର ବିଧାନସଭାରେ ସରକାର ଗଢ଼ିବା ପାଇଁ ମ୍ୟାଜିକ୍ ନମ୍ବର ୧୪୫ ରହିଛି। ଆକ୍ସିସ୍ ମାଇଁ ଇଣ୍ଡିଆ ପକ୍ଷରୁ ଜାରି ଏକ୍‌ଜିଟ୍ ପୋଲ୍ ଫଳାଫଳ ଅନୁସାରେ ୧୭୮-୨୦୦ ଆସନ ଜିତିବାରେ ସଫଳ ହେବ। ସେହିପରି କଂଗ୍ରେସ ନେତୃତ୍ୱାଧୀନ ମହାବିକାଶ ଅଘାଡି ମେଣ୍ଟ (କଂଗ୍ରେସ-ଏନ୍‌ସିପି(ଶରଦ ପୱାର ଗୋଷ୍ଠୀ)-ଶିବସେନା (ଉଦ୍ଧବ ଠାକ୍‌ରେ ଗୋଷ୍ଠୀ)) ମିଳିତ ଭାବେ ମାତ୍ର ୮୨-୧୦୨ ଆସନ ଜିତିପାରନ୍ତି। ମହାୟୁତି ମେଣ୍ଟ ୪୮% ଭୋଟ୍ ସେୟାର ସହ ଅଗ୍ରଣୀ ରହିବ ଏବଂ ବିରୋଧୀ ମହାବିକାଶ ଅଘାଡି ମେଣ୍ଟ (ଏମ୍‌ଭିଏ) ମାତ୍ର ୩୭%ରେ ସୀମିତ ରହିବ। ସେହିପରି ପ୍ରାନ୍ତୀୟ ରିପୋର୍ଟ ଅନୁସାରେ ମଧ୍ୟ ସବୁ ପ୍ରାନ୍ତରେ ମହାୟୁତି ମେଣ୍ଟ ହିଁ ଅଧିକ ସଂଖ୍ୟକ ଆସନ ହାସଲ କରିବାରେ ସଫଳ ହେବ ବୋଲି ଆକ୍ସିସ୍ ମାଇଁ ଇଣ୍ଡିଆ ନିଜ ଏକ୍‌ଜିଟ୍ ପୋଲ୍‌ରେ ଦର୍ଶାଇଛି। ସେହିପରି ପି-ମାର୍କ ଏକ୍‌ଜିଟ୍ ପୋଲ୍ ଫଳାଫଳ ଅନୁସାରେ ମହାୟୁତି ମେଣ୍ଟ ୧୩୭-୧୫୭ ଆସନ ସହଜରେ ବିଜୟୀ ହେବ ଯେତେବେଳେ କି ବିରୋଧୀ ଏମ୍‌ଭିଏ ମେଣ୍ଟ ୧୨୬-୧୪୭ ଆସନ ଏବଂ ଅନ୍ୟାନ୍ୟ ୨-୮ ଆସନ ହିଁ ଅକ୍ତିଆର କରିପାରିବେ ବୋଲି ଦର୍ଶାଇଛି। ମାଟ୍ରିଜ୍ ଏକ୍‌ଜିଟ୍ ପୋଲ୍ ଫଳାଫଳ ଅନୁସାରେ ମହାୟୁତି ମେଣ୍ଟ ୧୫୦-୧୭୦ ଆସନ ଏବଂ ଏମ୍‌ଭିଏ ମେଣ୍ଟ ୧୧୦-୧୩୦ ଆସନ ପାଇବେ ବୋଲି ପୂର୍ବାନୁମାନ କରିଛି। ସେହିପରି ଅନ୍ୟାନ୍ୟ ଦଳ ତଥା ସ୍ୱାଧୀନ ପ୍ରାର୍ଥୀଙ୍କ ଖାତାକୁ ୮-୧୦ ଆସନ ଯାଇପାରେ ବୋଲି ଏହା ଦର୍ଶାଇଛି। ଚାଣକ୍ୟ ନିଜ ଏକ୍‌ଜିଟ୍ ପୋଲ୍ ଫଳାଫଳ ଅନୁସାରେ ମହାୟୁତି ମେଣ୍ଟ ପାଇଁ ଏକ ବୃହତ୍ ମାର୍ଜିନ୍‌ର ବିଜୟକୁ ନେଇ ପୂର୍ବାନୁମାନ କରିଛି। ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ ପାଇଁ ୧୫୨-୧୬୦ ଆସନ ଏବଂ କଂଗ୍ରେସ ନେତୃତ୍ୱାଧୀନ ଏମ୍‌ଭିଏ ମେଣ୍ଟ ପାଇଁ ୧୩୦-୧୩୮ ଆସନର ଆକଳନ କରିଛି। ଏତଦ୍‌ବ୍ୟତୀତ ପିପୁଲ୍ସ ପଲ୍ସ ନିଜ ପ୍ରୋଜେକ୍ଟେଡ୍ ଏକ୍‌ଜିଟ୍ ପୋଲ୍ ଫଳାଫଳରେ ମହାୟୁତି ମେଣ୍ଟ ୧୭୫-୧୯୫ ଆସନ ପାଇବ ବୋଲି ଉଲ୍ଲେଖ କରିଥିବା ବେଳେ ଏମ୍‌ଭିଏ ମାତ୍ର ୮୫-୧୧୨ ଆସନରେ ଏବଂ ଅନ୍ୟାନ୍ୟ ଦଳ ୭-୧୨ ଆସନରେ ସନ୍ତୁଷ୍ଟ ରହିବେ ବୋଲି ଦର୍ଶାଇଛି। କିନ୍ତୁ ରିପବ୍ଲିକ୍ ଟିଭି-ପି ମାର୍କ ନିଜ ଏକ୍‌ଜିଟ୍ ପୋଲ୍‌ରେ ମହାୟୁତି ସହଜରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ହାସଲ କରିବାରେ ସଫଳ ହେବ ବୋଲି ଦର୍ଶର୍ାଇଥିଲେ ମଧ୍ୟ ଏମ୍‌ଭିଏ ମେଣ୍ଟ ମଧ୍ୟ ଏହି ଲକ୍ଷ୍ୟ (୧୪୫ ବିଜୟୀ ବିଧାୟକ ଯୋଗାଡ କରିବା) ପୂରଣ କରିବାରେ ସମର୍ଥ ହୋଇପାରେ ବୋଲି ଅନୁମାନ ଲଗାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking