30.1 C
Bhubaneswar
Friday, March 20, 2026
Homeଓଡିଶାବୈକୁଣ୍ଠଧାମ ଆଶ୍ରମ ଭଙ୍ଗା ଆଦେଶ ଉପରେ ରହିତାଦେଶ

ବୈକୁଣ୍ଠଧାମ ଆଶ୍ରମ ଭଙ୍ଗା ଆଦେଶ ଉପରେ ରହିତାଦେଶ

ଭୁବନେଶ୍ୱର : ବୈକୁଣ୍ଠଧାମ ଆଶ୍ରମ ଭଙ୍ଗା ଆଦେଶ ଉପରେ ରହିତାଦେଶ। ଡିସେମ୍ବର ୧୨ ତାରିଖ ଯାଏଁ ରହିତାଦେଶ ଦେଲେ ଓଡିଶା ହାଇକୋର୍ଟ। ଭଙ୍ଗା ଆଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଆଶ୍ରମ କର୍ତ୍ତୃପକ୍ଷ। ଆସନ୍ତାକାଲି ଆଶ୍ରମ ଭାଙ୍ଗିବାକୁ ଘୋଷଣା କରିଥିଲା ବିଡିଏ। ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରିରେ ୧୪୦ ଡିସିମିଲ୍ ସରକାରୀ ଜମିରେ ଛିଡ଼ା ହୋଇଛି ବାବା ଶ୍ରୀଶ୍ରୀଶ୍ରୀ ସତ୍ୟ ଅନନ୍ତ ମାଧବ ବୈକୁଣ୍ଠଧାମ ଆଶ୍ରମ।ମାପଚୁପ ପରେ ଆସନ୍ତାକାଲି ସକାଳ ୮ ଟାରେ ଆଶ୍ରମ ଭଙ୍ଗାବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଘୋଷଣା କରିଥିଲା। ତା’ ପୂର୍ବରୁ ଆଶ୍ରମ ଖାଲି କରିବା ପାଇଁ ମାଇକ୍‌ ମାଧ୍ୟମରେ ଘୋଷଣା କରାଯାଇଥିଲା।

ବୈକୁଣ୍ଠଧାମ ଆଶ୍ରମରେ ବାବା ଶ୍ରୀଶ୍ରୀଶ୍ରୀ ସତ୍ୟ ଅନନ୍ତ ମାଧବ ଲୀଳାଖେଳା କରୁଥିଲେ। ପ୍ରତିଦିନ ଭକ୍ତଙ୍କୁ ଭେଟୁଥିଲେ ଓ ପ୍ରବଚନ ଦେଉଥିଲେ। ସେଥିପାଇଁ ଭକ୍ତଙ୍କ ପ୍ରବଳ ଭିଡ ଜମୁଥିଲେ। ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ବାବାଙ୍କ ସରଣ ପଶୁଥିଲେ। ବାବାଙ୍କଠାରୁ ଆଶୀର୍ବାଦ ନେଇଯାଉଥିଲେ। ତେବେ ବାବାଙ୍କ ଗୋଟିଏ ଫଟୋ ଭାଇରାଲ୍‌ ହେବା ପରେ ବିବାଦ ବଢ଼ିଥିଲା। କୁନି ବାବାଙ୍କ ପାଦ ତଳେ ତୁଳସୀ ଥିବା ଦେଖିବାକୁ ମିଳିଥିଲା। ତା’ପରେ ବିବାଦ ଉଗ୍ର ରୂପ ଧାରଣ କରିଥିଲା। ବିଭିନ୍ନ ସଙ୍ଗଠନ ପକ୍ଷରୁ ପ୍ରତିବାଦ କରାଯାଇଥିଲା।

ଏପରିକି ଭରତପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ବିବାଦ ଉଗ୍ର ରୂପ ଧାରଣ କରିବା ପୂର୍ବରୁ ବାବା ଓ ତାଙ୍କ ପରିବାର ରାତି ଅଧିଆ ଚମ୍ପଟ ମାରିଥିଲେ। ବାବା ଫେରାର ହେବା ପରେ ଆଶ୍ରମ ତିଆରି ହୋଇଥିବା ଜମିକୁ ନେଇ ବିବାଦ ଦେଖାଦେଇଥିଲା। ଆଶ୍ରମଟି ସରକାରୀ ଜମିରେ ତିଆରି ହୋଇଥିବା ଅଭିଯୋଗ ହୋଇଥିଲା। ଏହା ପରେ ବିଏମ୍‌ସି ଓ ବିଡିଏ ତତ୍ପର ହୋଇଥିଲା। ଦୁଇ ଦିନ ତଳେ ପ୍ରଶାସନ ଆଶ୍ରମରେ ମାପଜୁପ କରିଥିଲେ। ମାପଚୁପ ପରେ ଆଶ୍ରମ ସରକାରୀ ଜମିରେ ତିଆରି ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହା ପରେ ଆଶ୍ରମ ଭାଙ୍ଗିବା ପାଇଁ ବିଡିଏ ଘୋଷଣା କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking