17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଛାଡ଼ପତ୍ର ପାଇଁ ଏଣିକି କୋର୍ଟ-କଚେରି ଦୌଡ଼ିବାକୁ ପଡ଼ିବ ନାହିଁ

ଛାଡ଼ପତ୍ର ପାଇଁ ଏଣିକି କୋର୍ଟ-କଚେରି ଦୌଡ଼ିବାକୁ ପଡ଼ିବ ନାହିଁ

ନୂଆଦିଲ୍ଲୀ : ବିବାହ ବିଚ୍ଛେଦ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଛାଡ଼ପତ୍ରର ଏକ ନୂଆ ଓ ଆଶ୍ଚର୍ଯ୍ୟଚକିତ ଟ୍ରେଣ୍ଡ୍ ସାମ୍ନାକୁ ଆସିଛି । ଛାଡ଼ପତ୍ର ପାଇଁ ଏଣିକି କୋର୍ଟ-କଚେରି ଦୌଡ଼ିବାକୁ ପଡ଼ିବ ନାହିଁ । ମାତ୍ର ଗୋଟିଏ ସପ୍ତାହାନ୍ତ ଯଥେଷ୍ଟ । ନେଦରଲ୍ୟାଣ୍ଡ୍‌?ସର ୩୩ ବର୍ଷୀୟ ବ୍ୟବସାୟୀ ଜିମ ହାଫେନ୍ସ ଏହି ନୂଆ ବ୍ୟବସାୟ ମଡେଲ ଆଣିଛନ୍ତି । ତାଙ୍କ ଦାବି ଯେ ଆପଣ ଶୁକ୍ରବାର ବିବାହିତ ଭାବେ ହୋଟେଲ୍‌ରେ ଚେକ୍‌-ଇନ୍ କରିବେ ଏବଂ ରବିବାର ସୁଦ୍ଧା ଛାଡ଼ପତ୍ର ଦେଇ ଚେକ୍ ଆଉଟ୍ କରିବେ । ଏହି ନିଆରା ହୋଟେଲ ଆପଣଙ୍କୁ ବିବାହ ବିଚ୍ଛେଦ ପ୍ୟାକେଜ୍ ପ୍ରଦାନ କରୁଛି । ଏଠାରେ ଓକିଲ ଓ ମଧ୍ୟସ୍ଥିଙ୍କ ଟିମ୍ ଗ୍ରାହକଙ୍କୁ ଅପେକ୍ଷା କରିଥାନ୍ତି । ଶୁକ୍ରବାର ହୋଟେଲରେ ଚେକ୍‌-ଇନ୍ କରନ୍ତୁ । ବିବାହ ସମ୍ପର୍କ ଛିନ୍ନ କରନ୍ତୁ ଏବଂ ରବିବାର ଛାଡ଼ପତ୍ର କାଗଜପତ୍ର ସହିତ ହୋଟେଲ ଛାଡ଼ନ୍ତୁ । ଏହି ଅଫର୍ ହୋଟେଲ ଦେଉଛି । ତେବେ ଏ ସବୁ ପାଇଁ ହୋଟେଲ ନିର୍ଦ୍ଦିଷ୍ଟ ଶୁଳ୍କ ସ୍ଥିର କରିଛି । ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ରିଅଲିଟି ଟିଭି ଶୋ’ରେ ମଧ୍ୟ ରୂପାନ୍ତର କରାଯାଇପାରେ । ଏହି ହୋଟେଲ ଦମ୍ପତିଙ୍କ ଝାଡ଼ପତ୍ରକୁ ସହଜ କରିଦେଉଛି । ବିବାହ ବିଚ୍ଛେଦର ଜଟିଳ ତଥା ନ୍ୟାୟିକ ପ୍ରକ୍ରିୟା ଦେଇ ଯିବା ବଦଳରେ ଏହା ସହଜ ମାର୍ଗ ପ୍ରଦାନ କରୁଛି ।

ହୋଟେଲରେ ଏଭଳି ପରିବେଶ ଓ ବ୍ୟବସ୍ଥା ହୋଇଛି, ଯେଉଁଠି ଏକସଙ୍ଗେ ନ୍ୟାୟିକ ପରାମର୍ଶ, ମନୋବୈଜ୍ଞାନିକ ସମର୍ଥନ ଓ ଧ୍ୟାନ ଆଦି ସୁବିଧା ଯୋଗାଇ ଦିଆଯାଉଛି । କୌଣସି ପ୍ରକାର ସମସ୍ୟା ବିନା ଛାଡ଼ପତ୍ର ପ୍ରକ୍ରିୟାକୁ ଶୀଘ୍ର ଓ ଶାନ୍ତିପୂର୍ବକ ଶେଷ କରିବା ଏହାର ଉଦ୍ଦେଶ୍ୟ । ନେଦରଲ୍ୟାଣ୍ଡର ହାର୍ଲେମ ସହରରେ ହୋଟେଲ ଅବସ୍ଥିତ । ‘ସେପାରେସନ୍ ଇନ୍‌’ ନାମରେ ଏହା ପରିଚିତ । ଦେଶରେ ଏହି ଯୋଜନା ସୁପର୍‌ହିଟ୍ ହୋଇଛି । ଅଦ୍ୟାବଧି ୧୭ ଦମ୍ପତିଙ୍କର ଏଠାରେ ବିଚ୍ଛେଦ ହୋଇଛି । ଜିମ୍ ଏହି ବ୍ୟବସ୍ଥାକୁ ଆମେରିକାକୁ ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି । ନ୍ୟୁୟର୍କ ଓ ଲସ୍ ଆଞ୍ଜେଲସ ଭଳି ସ୍ଥାନର ବଡ଼ ବଡ଼ ହୋଟେଲକୁ ଏଥିପାଇଁ ଚୟନ କରାଯାଉଛି । ଆମେରିକାର ଲୋକପ୍ରିୟ ଓକିଲ ରୋବର୍ଟ ଏସ୍‌. କୋହେନ କହିଛନ୍ତି, ଏହି ବିଚାର ଶୁଣିବାକୁ ଯେତିକି ଆକର୍ଷଣୀୟ, ବାସ୍ତବରେ ସେତିକି ବ୍ୟବହାରିକ ନୁହେଁ । ବିଚ୍ଛେଦର ମୁହୂର୍ତ୍ତ ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ । ଦୁଇ ଦିନରେ ସବୁକିଛି ସମାଧାନ କରିବା କାହା ପକ୍ଷେ ସମ୍ଭବ ନୁହେଁ । ଏହାକୁ ଏକ ବ୍ୟବସାୟ ଓ ପ୍ୟାକେଜ୍ ଭାବେ ଆଣିବା ଆଦୌ ଠିକ୍ ନୁହେଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking