21.1 C
Bhubaneswar
Wednesday, February 11, 2026
Homeଓଡିଶାବିଜେଡି କେବେ ହିଂସାକୁ ପ୍ରଶ୍ରୟ ଦିଏନି : ବବି ଦାସ

ବିଜେଡି କେବେ ହିଂସାକୁ ପ୍ରଶ୍ରୟ ଦିଏନି : ବବି ଦାସ

ଯାଜପୁର : ଯାଜପୁରରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ସମର୍ଥକମାନେ ତାଙ୍କୁ ଆକ୍ରମଣ କରିଥିବା କହିଛନ୍ତି ନିଜେ ବିଧାୟକ ଶ୍ରୀ ସାହୁ। ଡିଡିଏମ୍‌ଙ୍କ ଅଫିସକୁ ମିଟିଂ ପାଇଁ ଯିବା ବେଳେ ଯାଜପୁର ବୁଢ଼ାପୋଲ ନିକଟରେ ବିଧାୟକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ବିଧାୟକ ଶ୍ରୀ ସାହୁ କହିଛନ୍ତି, କିଛି ଲୋକ ରାସ୍ତାରୋକ କରିଥିଲେ। ରାସ୍ତା ବନ୍ଦ ଥିବାରୁ ମୋ ଗାଡ଼ି ସେଠାରେ ଅଟକି ଥିଲା। ରାସ୍ତା ବନ୍ଦ ଥିବାରୁ ମୋ ଗାଡ଼ି ସେଠାରେ ଅଟକି ଥିଲା। ସେମାନେ ମୋ ଗାଡ଼ିକୁ ରଡ୍ ଓ ଠେଙ୍ଗାରେ ପିଟିଥିଲେ। ଗାଡ଼ିରେ ମୋତେ ଦେଖି ମୋ ଆଡ଼କୁ ମାଡ଼ି ଆସିଥିଲେ। ମୋତେ ପିଟି, ମୋ ଚେନ୍ ଛିଡ଼ାଇ ନେଇଥିଲେ। ବବି ଭାଇ ଜିନ୍ଦାବାଦ୍ କହି ମୋତେ ସେମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ପଛରେ ଯାଜପୁରର ପୂର୍ବତନ ବିଧାୟକ ପ୍ରବଣ ପ୍ରକାଶ ଦାସଙ୍କ ହାତ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯାଜପୁରର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ପ୍ରବଣ ପ୍ରକାଶ ଦାସ (ବବି)। ସେ କହିଛନ୍ତି ଯେ, ବିରଜା ପ୍ରକଳ୍ପକୁ ନେଇ କିଛି ଲୋକ ରାସ୍ତାରୋକ କରିଥିଲେ । ବିଧାୟକ ସେହି ରାସ୍ତା ଦେଇ ଯାଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଛି । ବିଜେଡି କେବେ ହିଂସାରେ ବିଶ୍ୱାସ କରେନି । ଆନ୍ଦୋଳନ ସମୟରେ କ’ଣ ଘଟିଛି ତାହା ସେ ଜାଣନ୍ତି ନାହିଁ । କିନ୍ତୁ କୌଣସି ଭାବେ ହିଂସାକୁ ପ୍ରଶ୍ରୟ ଦିଆଯିବନି । ଏଭଳି ଖବର ଶୁଣି ସେ ତାଙ୍କ ଭାଇ ଓ ପୋଲିସକୁ ସହଯୋଗ କରିବାକୁ କହିଛନ୍ତି ।

ପ୍ରଶାସନକୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି କହିଛନ୍ତି ପ୍ରଣବ ପ୍ରକାଶ । ବିଧାୟକ ଓ ଆନ୍ଦୋଳକାରୀଙ୍କ ଭିତରେ ଉତ୍ତେଜନା ପରେ ବିଧାୟକଙ୍କ ସମର୍ଥକମାନେ ମଧ୍ୟ କିଛି ଭଙ୍ଗାରୁଜା କରିଥିବା ଶୁଣିବାକୁ ମିଳୁଛି । ତେଣୁ ଉଭୟ ପକ୍ଷରୁ କୌଣସି ପ୍ରକାର ହିଂସା ହେବା ଉଚିତ ନୁହେଁ। ବିଜେଡି ସବୁବେଳେ ଆଇନ ଶୃଙ୍ଖଳାକୁ ସମ୍ମାନ ଦେଇ ଆସୁଛି ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାସ । ଅନ୍ୟପଟେ ଏହି ଘଟଣାକୁ ଗୁରୁତର ସହ ନେଇଛି ପୋଲିସ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଯାଜପୁର ଏସପି ୟଶପ୍ରତାପ ଶ୍ରୀମାଲ ।

ପ୍ରଣପ ପ୍ରକାଶ ଦାସଙ୍କ ଭାଇ ତଥା ଯାଜପୁରର ପୂର୍ବତନ ପୌରାଧକ୍ଷ ଭବ ପ୍ରସାଦ ଦାସ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ବିରଜାଙ୍କ ପ୍ରକଳ୍ପକୁ ବନ୍ଦ କରାଯାଉଥିବାରୁ ଯାଜପୁରବାସୀ ଆନ୍ଦୋଳନ କରୁଥିଲେ । ସେହି ସମୟରେ ବିଧାୟକ ସେଠାରେ ପହଞ୍ଚି ଯାଜପୁରବାସୀଙ୍କ ପ୍ରତି ଆକ୍ରୋଶମୂଳକ ମନ୍ତବ୍ୟ ଦେବାରୁ ଆନ୍ଦୋଳନକାରୀ ଉତ୍ତେଜିତ ହୋଇଥିଲେ । ସେ କହିଛନ୍ତି ଯେ, ସେ ନିଜେ ଏହି ଘଟଣା ପରେ ବିଧାୟକଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି । ଯଦି ତାଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ମୋର ଭୂମିକା ଅଛି, ତେବେ ମୁଁ ଥାନାରେ ଅଛି ମତେ ଗିରଫ କରାଯାଉ ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking