18.1 C
Bhubaneswar
Thursday, February 5, 2026
Homeଓଡିଶାହାଇକୋର୍ଟରେ ହାତୀମୃତ୍ୟୁ ମାମଲା: ୨୬ରେ ପରବର୍ତ୍ତି ଶୁଣାଣି

ହାଇକୋର୍ଟରେ ହାତୀମୃତ୍ୟୁ ମାମଲା: ୨୬ରେ ପରବର୍ତ୍ତି ଶୁଣାଣି

କଟକ: ସମ୍ବଲପୁର ବନାଞ୍ଚଳରେ ହାତୀମୃତ୍ୟୁକୁ ନେଇ ହାଇକୋର୍ଟରେ ମଙ୍ଗଳବାର ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ହାଇକୋର୍ଟ ରେଜିଷ୍ଟ୍ରାର (ଜୁଡିସିଅ।ଲ)ଙ୍କ ପକ୍ଷରୁ ରୁଜୁ ଜନସ୍ୱାର୍ଥ ମାମଲାକୁ ତ୍ୱରିତ ଶୁଣାଣି କରାଯାଇଛି। ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଓ ବିଚାରପତି ସାବିତ୍ରୀ ରଥ ମାମଲାର ଶୁଣାଣି କରି ମୁଖ୍ୟ ବନ ସଂରକ୍ଷକ ଭର୍ଚୁଆଲ ମାଧ୍ୟମରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୨୦୨୦ରୁ ଆଜି ଯାଏ କେତେ ହାତୀ ମରିଛନ୍ତି ସେନେଇ ସେ ସତ୍ୟପାଠ ଦେବେ। ହାତୀମୃତ୍ୟୁର କାରଣ ସମ୍ପର୍କରେ ମଧ୍ୟ ସତ୍ୟପାଠରେ ଜଣାଇବେ। ଅପରପକ୍ଷରେ ହାତୀମୃତ୍ୟୁକୁ ନେଇ ୨୦୧୫ ଓ ୨୦୨୨ ମସିହାରେ ରୁଜୁ ମାମଲା ସମେତ ଏ ସଂକ୍ରାନ୍ତୀୟ ଅନ୍ୟାନ୍ୟ ମାମଲାଗୁଡ଼ିକର ଏକତ୍ର ଶୁଣାଣି କରିବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କୁ ଏନେଇ ସତ୍ୟପାଠ ଦାଖଲ ନିମନ୍ତେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ ପରବର୍ତ୍ତି ଶୁଣାଣି ନିମନ୍ତେ ଧାର୍ଯ୍ୟ ହୋଇଛି। ସୂଚନାନୁସାରେ, ସମ୍ବଲପୁର ଜିଲା ବନାଞ୍ଚଳରେ ବିଦ୍ୟୁତ ଆଘାତରେ ସୋମବାର ୩ ହାତୀଙ୍କ ମୃତ୍ୟୁ ପରେ ହାଇକୋର୍ଟ ନିଜ ଆଡ଼ୁ ଏହି ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି। ବାରହା ଶୀକାର ପାଇଁ ବିଦ୍ୟୁତ ସଞ୍ଚାଳିତ ତାରଜାଲ ବିଛାଯାଇଥିବାରୁ ହାତୀମାନେ ଉକ୍ତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ। ତେବେ ଦୀର୍ଘ ବର୍ଷ ଧରି ହାତୀମୃତ୍ୟୁକୁ ନେଇ ହାଇକୋର୍ଟରେ ମାମଲା ବିଚାରାଧୀନ ରହିଛି। ରାଜ୍ୟ ସରକାର, ବିଦ୍ୟୁତ ବିଭାଗର ଦାୟିତ୍ୱହୀନତା ପାଇଁ ବିଦ୍ୟୁତ ତାର ଲାଗି ଏଭଳି ହାତୀମୃତ୍ୟୁ ଘଟଣା ଘଟିଚାଲିଥିବାରୁ ହାଇକୋର୍ଟ ପୂର୍ବରୁ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ। ହାତୀମୃତ୍ୟୁ ରୋକିବାକୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବା ସହ ହାତୀମାନେ ଯେପରି ଜଙ୍ଗଲ ଛାଡ଼ି ବାହାରକୁ ନଆସିବେ ସେନେଇ ବ୍ୟବସ୍ଥା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking