20.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶପୁଅ ଅନ୍ୟ ଜାତିରେ ପ୍ରେମ ବିବାହ କରିବାରୁ ବୃଦ୍ଧ ବାପା -ମାଆ ହେଲେ ବାସନ୍ଦ

ପୁଅ ଅନ୍ୟ ଜାତିରେ ପ୍ରେମ ବିବାହ କରିବାରୁ ବୃଦ୍ଧ ବାପା -ମାଆ ହେଲେ ବାସନ୍ଦ

ବଲାଙ୍ଗୀର : ପୁଅ ଅନ୍ୟ ଜାତିରେ ପ୍ରେମ ବିବାହ କରିବାରୁ ବୃଦ୍ଧ ବାପା ମାମା ବାସନ୍ଦ । ବୃଦ୍ଧ, ବୃଦ୍ଧାଙ୍କୁ ଏକ ଘରିକିଆ ରଖିଛନ୍ତି ସାହି ପଡିଶା । କୌଣସି କାର୍ଯ୍ୟକ୍ରମରେ ଡାକୁନାହାନ୍ତି କି କେହି ଆସୁନାହାନ୍ତି ସେମାନଙ୍କ ଘରକୁ ବୋଲି ଅଭିଯୋଗ କରିଛନ୍ତି ସାମାଜିକ ବାସନ୍ଦର ଶିକାର ଅବସରପ୍ରାପ୍ତ ପ୍ରଫେସର ମନମୋହନ ସାଏ । ଖାଲି ଏତିକି ନୁହେଁ ଜାତିରେ ମିଶିବାକୁ ଜୀବନ୍ତ ପୁଅ ପାଇଁ ଶ୍ରାଦ୍ଧ ଦେବାକୁ ପକାଯାଉଛି ଚାପ । ଏମିତି ଏକ ମଧ୍ୟଯୁଗୀୟ କୁତ୍ସିତ ମାନସିକତା ଦେଖିବାକୁ ମିଳୁଛି ବଲାଙ୍ଗୀର ଜିଲ୍ଲାରେ । ଜିଲ୍ଲାର ପୁଇନ୍ତଳା ଗାଁର ବାସିନ୍ଦା ମନମୋହନ ସାଏ ପେସାରେ ଜଣେ ପ୍ରଫେସର । ଏବେ ସେ ଚାକିରିରୁ ଅବସର ନେଇ ସାରିଛନ୍ତି ।

ପୁଅ ତାଙ୍କର ବାଙ୍ଗାଲୁରୁରେ ଚାକିରି କରିବା ସହ ଜଣେ ମରାଠୀ ଝିଅଙ୍କୁ ପ୍ରେମ ବିବାହ କହିଥିଲେ । ପୁଅର ପ୍ରେମ ବିବାହ ଏବେ ସାଏ ଓ ତାଙ୍କ ପତ୍ନୀଙ୍କ ଜୀବନକୁ ନର୍କ କରିଦେଇଛି । ଜାତିଭାଇ ତାଙ୍କୁ ଜାତିରୁ ବାସନ୍ଦ କରିବା ସହ ଏକ ଘରିକିଆ କରି ରଖିଛନ୍ତି । ତାଙ୍କ ସହ କଥା ହେବାଠୁ ଦୂରେଇ ରହୁଛନ୍ତି ସାହିପଡିଶା । ଅଘରିଆ ଜାତିର ନିୟମ ମୁତାବକ, ଅନ୍ୟ ଜାତିରେ ବିବାହ କରିବା ଅପରାଧ । ତେଣୁ ସାୟଙ୍କ ପରିବାକୁ ବାସନ୍ଦ କରିଛି ସମାଜ । ଏହି ବାସନ୍ଦ ଉଠାଇବାକୁ ସେ ଜାତିର ମୁଖିଆଙ୍କୁ ଭେଟିବାରୁ ସେ ତାଙ୍କୁ ପୁଅ ପାଇଁ ଶୁଦ୍ଧି ହେବା ସହ ମୁଣ୍ଡନ କରି ପୁଣି ଜାତିରେ ମିଶିବାକୁ କହିଥିବା ଅଭିଯୋଗ କରୁଛନ୍ତି ବାସନ୍ଦର ଶିକାର ସାଏ । ପୁଅର ଖୁସି ପାଇଁ ସେ ବିବାହ କରିଛି ଓ ସେଥିରେ ତାଙ୍କର କୌଣସି ଅସୁବିଧା ନ ଥିବା ବେଳେ ଜାତିଭାଇ ଏମିତି ମଧ୍ୟଯୁଗୀୟ ଚିନ୍ତାଧାରାକୁ ନେଇ ତାଙ୍କୁ ହଇରାଣ କରୁଥିବା ସେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking