33.1 C
Bhubaneswar
Tuesday, March 31, 2026
Homeଦେଶ ବିଦେଶଭାଇ ଟଙ୍କା ନ ଦେବାରୁ ଭାଓଜ-ଝିଆରୀକୁ ହତ୍ୟା

ଭାଇ ଟଙ୍କା ନ ଦେବାରୁ ଭାଓଜ-ଝିଆରୀକୁ ହତ୍ୟା

ଲକ୍ଷ୍ନୌ: ଟଙ୍କା ଓ କିଛି ପୁରୁଣା ରାଗ ପାଇଁ ଭାଉଜ ଓ ଝିଆରିକୁ ହତ୍ୟା। ଦୁବାଇ ଯିବା ପାଇଁ ଭାଇ ୩୦ ହଜାର ଟଙ୍କା ନ ଦେବାରୁ ଭାଇର ସ୍ତ୍ରୀ ଏବଂ ତିନି ମାସର ଝିଅକୁ ସାନ ଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ଏହି ମାମଲାରେ ଅଭିଯୁକ୍ତ ଭାଇକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ଏହି ଘଟଣା ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ୨୩ ବର୍ଷୀୟ ଜିଶାନ। ସେ ତାଙ୍କ ଭାଉଜ ଶାହିନ ପରବୀନ (୩୪) ଏବଂ ଝିଆରୀ ଆଫିୟାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ, ଜିଶାନ ଏବଂ ଶାହିନଙ୍କ ଘର ବିହାରରେ। ସେଠାରେ ଗୃହ ନିର୍ମାଣକୁ ନେଇ ପାରିବାରିକ ବିବାଦ ଲାଗି ରହିଥିଲା।

ଦୁଇ ମାସ ତଳେ ଶାହିନଙ୍କ ଜଣେ ସମ୍ପର୍କୀୟ ଭାଇ ଅଫରୋଜ ଏହି ବିବାଦକୁ ନେଇ ଜିଶାନଙ୍କୁ ଅପମାନିତ କରିବା ସହ ତାଙ୍କ ଶାର୍ଟ କଲର୍ ଧରି ଘୋଷାଡ଼ି ନେଇଥିଲେ। ଏହାର ପ୍ରତିଶୋଧ ନେବାକୁ ଚାହୁଁଥିଲେ ଜିଶାନ। ଏହା ବାଦ୍ ସେ ଦୁବାଇ ଯିବାକୁ ମଧ୍ୟ ଚାହୁଁଥିଲେ। ଏଥିପାଇଁ ଭିସା କରିବାକୁ ଭାଇଙ୍କୁ ଅର୍ଥାତ୍ ଶାହିନଙ୍କ ସ୍ୱାମୀ ବୁରହାନଙ୍କୁ ୩୦ ହଜାର ଟଙ୍କା ମାଗିଥିଲେ। କିନ୍ତୁ ଜିଶାନଙ୍କୁ ଟଙ୍କା ନ ଦେବା ପାଇଁ ଶାହିନ ବୁରହାନଙ୍କୁ ମନା କରି ଦେଇଥିଲେ। ଏହାକୁ ନେଇ ଜିଶାନ ଭାଉଜ ଏବଂ ଝିଆରୀଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୁଲିସ କହିଛି ଯେ, ଅନ୍ୟ ଜଣେ ତିନି ବର୍ଷର ଝିଆରୀକୁ ମଧ୍ୟ ହତ୍ୟା କରିବାକୁ ଉଦ୍ୟମ କରିଥିଲା ଜିଶାନ। କିନ୍ତୁ ସେ ଘଟଣାସ୍ଥଳରୁ ଖସି ଯିବାରୁ ରକ୍ଷା ପାଇଯାଇଛନ୍ତି। ଗାଜିଆବାଦ ଗ୍ରାମୀଣ ଡେପୁଟି କମିଶନର (ଡିସିପି) ସୁରେନ୍ଦ୍ରନାଥ ତ୍ରିପାଠୀ କହିଛନ୍ତି ଯେ, ଗତକାଲି ୱେଭ୍ ସିଟି ପୁଲିସ ଷ୍ଟେସନ ଅନ୍ତର୍ଗତ ବମହେତା ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking