30.1 C
Bhubaneswar
Tuesday, April 28, 2026
Homeଦେଶ ବିଦେଶବିନୋଦ ତାୱଡେଙ୍କ ବିରୁଦ୍ଧରେ ମାମଲା ରୁଜୁ

ବିନୋଦ ତାୱଡେଙ୍କ ବିରୁଦ୍ଧରେ ମାମଲା ରୁଜୁ

ନୂଆଦିଲ୍ଲୀ : ଭୋଟ୍ ପାଇଁ ଟଙ୍କା ବାଣ୍ଟିଥିବା ଅଭିଯୋଗ ଆସିବା ପରେ ନିର୍ବାଚନ ଆୟୋଗ ମହାରାଷ୍ଟ୍ର ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି ନିର୍ବାଚନ ଆୟୋଗ। ବହୁଜନ ବିକାଶ ଅଗାଡି ତାୱଡେ ପାଲଘର ଜିଲ୍ଲାରେ ଟଙ୍କା ବାଣ୍ଟିଥିବା ଅଭିଯୋଗ କରିଥିଲା। ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ହେବାର ଗୋଟିଏ ଦିନ ପୂର୍ବରୁ ବିଜେପି ବିରୁଦ୍ଧରେ ଏପରି ସାଙ୍ଘାତିକ ଅଭିଯୋଗ ଆସିଥିଲା। ବହୁଜନ ବିକାଶ ଅଗାଡି ଭିଡିଓ ଶେଆର କରି ଏହି ଅଭିଯୋଗ ଆଣିବାର କିଛି ସମୟ ପରେ ନିର୍ବାଚନ ଆୟୋଗ ତାୱଡେଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି। ଉଭୟ ପାଲଘର ଜିଲ୍ଲାର ଏକ ହୋଟେଲରେ ଆଲୋଚନା କରିବା ସମୟରେ ତାୱଡେ ୫ କୋଟି ଟଙ୍କା ଦେଇଥିବା ଦଳ ଅଭିଯୋଗ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking