27.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶରିଲ୍ସ ନିଶାରେ ଡ୍ୟାମକୁ ଡେଇଁଲେ ଯୁବକ

ରିଲ୍ସ ନିଶାରେ ଡ୍ୟାମକୁ ଡେଇଁଲେ ଯୁବକ

ମଧ୍ୟପ୍ରଦେଶ: ସୋଶାଲ ମିଡିଆରେ ପପୁଲାର ହେବାକୁ କିଛି ଲାଇକ୍‌, କମେଣ୍ଟ ପାଇବାକୁ କିଛି ବି କରିବାକୁ ପଛାଉ ନାହାନ୍ତି। କିଏ ଟ୍ରେନ୍‌ ଆଗରେ ଛିଡ଼ା ହୋଇ ରିଲ୍ସ କରୁଛି ତ କିଏ ରିଲ୍ସ କରୁ କରୁ ପାଣିକୁ ଡେଇଁ ଜୀବନ ହାରୁଛି। ଏପରି ଏକ ସାଂଘାତିକ ଘଟଣା ମଧ୍ୟପ୍ରଦେଶର ଗୁନାରେ ଘଟିଛି। ରିଲ୍ସ ଚକ୍କରରେ ଜଣେ ଯୁବକ ଏକ ଡ୍ୟାମ୍‌କୁ ଡେଇଁ ପଡ଼ିଥିବେ ବେଳେ ସେଠାରୁ ତାଙ୍କ ମୃତଦେହ ବାହାରିଲା। ରବିବାର ସନ୍ଧ୍ୟା ସମୟରେ ଯୁବକଜଣକ ନିଜ ସାଙ୍ଗଙ୍କ ସହ ଡ୍ୟାମ୍‌ ନିକଟକୁ ଯାଇଥିଲେ। ସେଠାରେ ସେ ରିଲ୍ସ କରିବା ନିମନ୍ତେ ସାଙ୍ଗକୁ ମୋବାଇଲ ଦେଇଥିଲେ। ଏହାପରେ ଆକ୍ସନ ମୁଡରେ ଥିବା ଯୁବକଜଣକ ଡ୍ୟାମ୍‌ରୁ ପାଣିକୁ ଡେଇଁ ପଡ଼ିଥିଲେ। ମାତ୍ର ପାଣିରେ ସେ ଉବୁଟୁବୁ ହେଉଥିବା ବେଳେ ଆଉ ସେଥିରୁ ବାହାରି ପାରି ନ ଥିଲେ।ଖବର ପାଇ ପରିବାର ଲୋକେ ପହଞ୍ଚି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ବହୁ ଖୋଜାଖୋଜି ପରେ ତା ’ ପରଦିନ ବାହାରିଲା ଯୁବକଙ୍କ ମୃତଦେହ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking