ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ତଥା ପୂର୍ୱତନ ମନ୍ତ୍ରୀ ସମୀର ଦେ’ ଙ୍କ ପରଲୋକ ଘଟିଛି । ୬୭ ବର୍ଷ ବୟସରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିସ୍ଛାଧୀନ ଅବସ୍ଥାରେ ସମୀର ଦେଙ୍କର ଦେହାନ୍ତ ହୋଇଛି । ଏନେଇ ଘରୋଇ ହସ୍ପିଟାଲ ଡାକ୍ତରଙ୍କ ସୂଚନା ରହିଛି । ନିମୋନିଆ , କିଡନୀ, ରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ଗୁରୁତର ଅବସ୍ଥାରେ ଚିକିସ୍ଛାଧୀନ ଥିଲେ ସମୀର ଦେ । ଫୁସଫୁସ ଜନିତ ସଂକ୍ରମଣରେ ସେ ଆକ୍ରାନ୍ତ ହୋଇ ଚିକିସ୍ଛାଧୀନ ରହିଥିଲେ । କିନ୍ତୁ ଏବେ ଚାରିଆଡେ ଶୋକର ଛାୟା ଖେଳିଯାଇଛି । ମେଣ୍ଟ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ ସମୀର ଦେ’ । ନଗର ଉନ୍ନୟନ ଓ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଥିଲେ । କଟକରୁ ବିଜେପି ଟିକେଟରେ ୩ଥର ବିଧାୟକ ଥିଲେ ସମୀର । ସମୀର ଦେ’ ଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି । ଗଭୀର ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ସହିତ ଶୋକ ବ୍ୟକ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିଜେପି ରଷ୍ଟ୍ରୀୟ ଉପାଧ୍ୟକ୍ଷ ସାଂସଦ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି । ସାଂସଦ ଭର୍ତ୍ତୁହରି ମହତାବ , ବରିଷ୍ଠ ନେତା ସମୀର ନେତା ସମୀର ମହାନ୍ତି ଶୋକ ପ୍ରକାଶ କରିଛନ୍ତି ।ତାଙ୍କର ଶେଷ କୃତ୍ୟ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।










