22.1 C
Bhubaneswar
Sunday, November 17, 2024
Homeଓଡିଶାଓଡିଆ ଭାଷା ଓ ସଂସ୍କୃତିର ସୁରକ୍ଷା ଓ ସମୃଦ୍ଧି ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ ହେଉ

ଓଡିଆ ଭାଷା ଓ ସଂସ୍କୃତିର ସୁରକ୍ଷା ଓ ସମୃଦ୍ଧି ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ ହେଉ

ଭୁବନେଶ୍ୱର : ରାଜ୍ୟ ବିଜେପି ବୁଦ୍ଧିଜୀବି ପ୍ରକୋଷ୍ଠ ଆନୁକୁଲ୍ୟରେ ଗତ କାଲି ଓଡିଆ ଭାଷା ସୁରକ୍ଷା ଓ ସମୃଦ୍ଧି ବିଷୟରେ ଏକ ଆଲୋଚନା ଚକ୍ର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଆ ଭାଷାର ପ୍ରାଚୀନତା ଓ ଏହାର ସାଂପ୍ରତିକ ସମସ୍ୟାବଳୀ ସଂପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ । ଭାରତବର୍ଷରେ ଭାଷାଭିତିକ ମାର୍ଗ, ଜନସାଂଖିକ ମାର୍ଗ, ସମାଜତତ୍ୱିକ ମାର୍ଗ ଓ ଆଇନଗତ ମାର୍ଗରେ ବିଚାର କରିଲେ ଓଡିଆ ଭାଷା ଦୀର୍ଘ ୨୫୦୦ ବର୍ଷ ଧରି ନିରବିଚ୍ଛିନ ଭାବେ ପ୍ରଚଳିତ ହୋଇଆସିଛି । ଓଡିଆ ଭାଷାର ଗବେଷଣା କାଳେ ଗ୍ରହଣ କରାଯିବା ସମୟରେ ଭାଷାର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା ହେବା ବିଧେୟ । ଏ ପର୍ଯ୍ୟନ୍ତ ସଠିକ ଭାବେ ଓଡିଆ ଭାଷା – ସାହିତ୍ୟର ଉପଯୁକ୍ତ ପ୍ରଗତି ହୋଇପାରିନାହିଁ । ଓଡିଆ ଅସ୍ମିତାର ପ୍ରସଙ୍ଗ ଚର୍ଚ୍ଚା ହେଉଥିବାବେଳେ ଓଡିଆ ଭାଷାର ସାହିତ୍ୟ ରଚନା ତଦନୁସାରେ ହେବା ଆବଶ୍ୟକ । ଆଜିର ସୃଜନଶୀଳ ସାହିତ୍ୟ ରଚନା ସମୟରେ ଯଥାର୍ଥରେ ମୈାଳିକ ସାହିତ୍ୟ ରଚନାର ଆବଶ୍ୟକତା ରହିଛି ।

ଓଡିଆ ଭାଷା ସାହିତ୍ୟର ସୁରକ୍ଷା ଓ ସମୃଦ୍ଧି ପାଇଁ ସରକାରୀ ସ୍ତରରେ ଯଥେଷ୍ଟ ଉଦ୍ୟମ ହେବାର ଆବଶ୍ୟକତା ରହିଛି । ଓଡିଶାର ବିଛିନ୍ନାଂଚଳରେ ବାସ କରୁଥିବା ଓଡିଆମାନେ ସମ୍ମୁଖୀନ ହେଉଥିବା ଭିନ୍ନ ଭିନ୍ନ ସମସ୍ୟା ସଂପର୍କରେ ବିଷଦ ଆଲୋଚନା କରାଯାଇଥିଲା । ଓଡିଶାର ପଡୋଶୀ ରାଜ୍ୟ ଗୁଡିକରେ ପ୍ରାୟ ୫୦ ଟି ବିଧାନସଭା କ୍ଷେତ୍ରରେ ଓଡିଆ ଭାଷାଭାଷୀ ଭୋଟରମାନଙ୍କ ପ୍ରଭାବ ରହିଛି ।
ରାଜ୍ୟ ସଭାପତି ଶ୍ରୀ ସାମଲ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଆବଶ୍ୟକ ଆଇନ ପ୍ରଣୟନ କରାଯିବାର ପ୍ରତିଶୃତି ଦେଇଥିଲେ । ନୂତନ ଭାବେ ଏକ ଭାଷା କମିଶନ ଗଠନ କରିବାକୁ ସରକାର ଉଦ୍ୟମ କରିବେ ବୋଲି ଆଶା ପ୍ରକଟ କରିଥିଲେ । ବିଛିନ୍ନାଂଚଳରେ ଓଡିଆମାନଙ୍କ ଭାଷା ସଂସ୍କୃତି ଓ ପରଂପରାର କିପରି ସୁରକ୍ଷା ହୋଇପାରିବ, ସେ ସଂପର୍କରେ ସରକାର ଉପଯୁକ୍ତ ଯୋଜନା ପ୍ରସ୍ତୁତ କରି କ୍ରିୟାନ୍ୱୟନ କରିବା ଆବଶ୍ୟକତା ବିଷୟରେ ଶ୍ରୀ ସାମଲ ଆଲୋକପାତ କରିଥିଲେ । ଏହି ଆଲୋଚନାଚକ୍ରରେ ୨୦୦ରୁ ଉର୍ଦ୍ଧ୍ୱ ଲେଖକ, ସାହିତ୍ୟିକ, ସାମ୍ବାଦିକ, ପ୍ରଶାସନିକ ଅଧିକାରୀ, ସମାଜସେବୀ, ଭାଷାବିତମାନେ ଯୋଗ ଦେଇଥିଲେ । ଏହି ଆଲୋଚନାଚକ୍ରର ପରିଚାଳନା କରିଥିଲେ ବିଦ୍ଧିଜୀବି ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ଶ୍ରୀ ସୁଦର୍ଶନ ନାୟକ । ଏହି ସଭାର ସଫଳତା ନିମନ୍ତେ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଶ୍ରୀ ଭୁବନାନନ୍ଦ ତ୍ରିପାଠୀ ଏବଂ ଶ୍ରୀ ବରାଦା ପ୍ରସନ୍ନ ଦାସ ପ୍ରଚେଷ୍ଟା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking