29.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶରାହୁଲ ଗାନ୍ଧୀଙ୍କ ବ୍ୟାଗ୍ ଯାଞ୍ଚ କଲେ ନିର୍ବାଚନ ଆୟୋଗ

ରାହୁଲ ଗାନ୍ଧୀଙ୍କ ବ୍ୟାଗ୍ ଯାଞ୍ଚ କଲେ ନିର୍ବାଚନ ଆୟୋଗ

ମୁମ୍ବାଇ: ଝାଡଖଣ୍ଡରେ ହେଲିକପ୍ଟର ଚେକିଂ ସମସ୍ୟାର ସମ୍ମୁଖୀନ ହେବାର ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରର ଅମରାବତୀ ଠାରେ ମଧ୍ୟ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁୂଲ ଗାନ୍ଧୀଙ୍କୁ ପୁଣିଥରେ ସମାନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି। ଆଜି ଅମରାବତୀ ଠାରେ ଆୟୋଜିତ ଏକ ନିର୍ବାଚନୀ ପ୍ରଚାରକୁ ଯିବା ସମୟରେ ରାହୁଲ ଗାନ୍ଧୀଙ୍କ ବ୍ୟାଗ୍ ଯାଞ୍ଚ କରାଯାଇଛି। ନିର୍ବାଚନ ଆୟୋଗ ଅଧିକାରୀମାନେ ରାହୁଲ ଗାନ୍ଧୀଙ୍କ ବ୍ୟାଗ ଯାଞ୍ଚ କରିଛନ୍ତି। ପ୍ରକାଶ, ଗତକାଲି ରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ହେଲିକପ୍ଟର ଏବଂ ଏଥିରେ ଥିବା ବ୍ୟାଗ୍‌ଗୁଡ଼ିକର ଯାଞ୍ଚ କରାଯାଇଥିଲା। ସୂଚନା ଅନୁସାରେ, ଅମରାବତୀରେ ରାହୁଲଙ୍କ ହେଲିକପ୍ଟର ଅବତରଣ କରିବା ବେଳେ ନିର୍ବାଚନ ଆୟୋଗର କିଛି ଅଧିକାରୀ ସେଠାକୁ ଯାଇ ରାହୁଲ ଗାନ୍ଧୀଙ୍କ ବ୍ୟାଗ ଯାଞ୍ଚ କରିଥିଲେ। ଏହି ସମୟରେ ରାହୁଲ ଗାନ୍ଧୀ ମଧ୍ୟ ସେହି ସ୍ଥାନରେ ଉପସ୍ଥିତ ଥିଲେ। କିନ୍ତୁ କିଛି ସମୟ ପରେ ସେ ସେଠାରୁ ଚାଲିଯାଇଥିଲେ। ରାହୁଲଙ୍କ ବ୍ୟାଗ ଯାଞ୍ଚ ହେଉଥିଲେ ମଧ୍ୟ ସେ ସେଠାରୁ ଚାଲିଯାଇ ଦଳୀୟ କର୍ମକର୍ତ୍ତାଙ୍କ ସହ ବାର୍ତ୍ତାଳାପ କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ପ୍ରକାଶ, ନିକଟରେ ନିର୍ବାଚନ ଅଧିକାରୀମାନେ ଶିବସେନା (ୟୁବିଟି)ର ମୁଖ୍ୟ ଉଦ୍ଧବ ଠାକରେଙ୍କ ହେଲିକପ୍ଟର ଓ ବ୍ୟାଗକୁ ଯାଞ୍ଚ କରିଥିଲେ। ଏହାର ଭିଡିଓ ଉଦ୍ଧବ ରେକର୍ଡ କରିବା ସହ କ’ଣ ଅଧିକାରୀମାନେ ପ୍ରଧାନମନ୍ତ୍ରୀ ମୋଦୀ ଓ ଅମିତ ଶାହଙ୍କ ବ୍ୟାଗକୁ ଯାଞ୍ଚ କରୁଛନ୍ତି କି ବୋଲି ପ୍ରଶ୍ନ କରିଥିଲେ। ଏହାପରେ ନିର୍ବାଚନ ହେବାକୁ ଥିବା ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରକୁ ଗସ୍ତ କରୁଥିବା ନେତାମାନଙ୍କ ବ୍ୟାଗ ଯାଞ୍ଚ କରୁଛି ନିର୍ବାଚନ ଆୟୋଗ। ଶୁକ୍ରବାର ଅମିତ ଶାହ, ଏହା ପୂର୍ବରୁ ଦେବେନ୍ଦ୍ର ଫଡନାଭିସ, ଏକନାଥ ସିନ୍ଦେ, ଅଜିତ ପାୱାର ଏବଂ ଅନ୍ୟମାନଙ୍କ ହେଲିକେପ୍ଟର ଏବଂ ବ୍ୟାଗ ମଧ୍ୟ ଯାଞ୍ଚ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking