29.1 C
Bhubaneswar
Saturday, November 16, 2024
Homeଓଡିଶାଚାକିରି ନାଁରେ ଠକେଇ

ଚାକିରି ନାଁରେ ଠକେଇ

ମୟୁରଭଞ୍ଜ : ମହଙ୍ଗା ପଡିଲା କମ୍ପାନୀରେ ଚାକିରି ଦେବାକୁ କହି ଟଙ୍କା ଠକିକି ନେବା ।  ଅଭିଯୁକ୍ତକୁ ଧରିବା ପରେ ନିର୍ଧୁମ  ମାଡ ମାରିବା ସହିତ ଚୂନ ବୋଳିଲେ ଲୋକ ।  ଏଭଳି କିଛି ଘଟଣା ଘଟିଛି  ମୟରଭଞ୍ଜ କପ୍ତିପଦା ଥାନା ଛୁଇଁପୋଷି ଗାଁରେ  ା ପୁଣି  ଆଜି ଗ୍ରାମରେ ଆଉ ଜଣେ ମହିଳାଙ୍କ ନିକଟରୁ  ଟଙ୍କା ନେବାକୁ ଆସିଥିବା ବେଳେ   ଗ୍ରାମବାସୀଙ୍କ ହାବୁଡରେ ଧରାପଡିଥିଲେ । ସେଠାରେ ଠକ ଯୁବକକୁ ମାଡ ମାରିବା ସହିତ ମୁହଁରେ ଚୂନ ବୋଳିଥିଲେ ।  ଏଗ୍ରୋ ଫାର୍ମା କମ୍ପାନୀରେ ଚାକିରୀ କରାଇ ଦେବାକୁ କହି ବିନୋଦ ଜେନା ନାମକ ଜଣେ ଯୁବକ ଛୁଇଁପୋଷି ଗ୍ରାମର ୮ ରୁ ଅଧିକ ମହିଳାଙ୍କ ନିକଟରୁ ୨ ହଜାର ରୁ ଆରମ୍ଭ କରି ୫ ହଜାର ପର‌୍ୟ୍ୟନ୍ତ ଟଙ୍କା ନେଇଥିଲେ । ହେଲେ ଟଙ୍କା ନେବାର ୪ ମାସ ବିତି ଯାଇଥିଲେ ସୁଦ୍ଧା ଚାକିରୀ ଦେବା ଦୂର କଥା, ଧରା ଛୁଆଁ ଦେଇ ନ ଥିଲେ ।
କିନ୍ତୁ ଆଜି ପୁଣି ଉକ୍ତ ଗ୍ରାମର ଆଉ ଜଣେ ମହିଳାଙ୍କ ନିକଟକୁ ଟଙ୍କା ନେବାକୁ ଆସିଥିବା ବେଳେ ଗାଁ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ  । ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଠକ ଯୁବକଙ୍କୁ ଉଦ୍ଧାର କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking