ସମ୍ବଲପୁର : ବନ୍ଧୁକ ଦେଖାଇ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରୁ ସଶସ୍ତ୍ର ଡକାୟତି, ୭ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଲୁଟ୍। ସମ୍ବଲପୁର ବାମରା ସାନ ଡୁମେରମୁଣ୍ଡା ଗାଁର ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ ନାୟକଙ୍କ ଘରୁ ବିଳମ୍ବିତ ରାତିରେ ବଡ଼ ଧରଣର ଲୁଟ ହୋଇଛି । ୬ଜଣ ବନ୍ଧୁକଧାରୀ ଦୁର୍ବତ୍ତ ପରିବାର ଲୋକଙ୍କୁ ଆତଙ୍କିତ କରି ଘରୁ କଳାକନା ବୁଲାଇଛନ୍ତି ।ମୋଟ ୭ଲକ୍ଷ ଟଙ୍କାର ସୁନାଗହଣା ସହ ନଗଦ ଟଙ୍କା ମଧ୍ୟ ଲୁଟିନେଇଛନ୍ତି ଲୁଟେରା । ଲୁଟ ପରେ ଘଟଣା ସ୍ଥଳରେ ପହଁଚି ପୁଲିସ ତଦନ୍ତ ଆରମ୍ଭ କରିଛି ।