ରାୟଗଡା : ଗ୍ୟାସ ଟାଙ୍କି ଫାଟି ତିନି ଗୁରୁତର। ଗୁରୁତରଙ୍କୁ ପ୍ରଥମେ ରାୟଗଡା ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ୨ ଜଣଙ୍କୁ ବ୍ରହ୍ମପୁର ଏମକେସିଜି ଏବଂ ଜଣଙ୍କୁ ବିଶାଖାପାଟଣା ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ହେଲେ ଡି ଶିବା, ଧର୍ମା ମିଣିଆକା ଓ ଦିନ ମିଣିଆକା । ସମସ୍ତେ ହତିପଥର ରୋଡ଼ ରାଣୀଗୁଡା ଫାର୍ମ ନିକଟରେ ଗୋଟିଏ ଭଡାଘରେ ରହୁଥିଲେ ।ଗ୍ୟାସ ଲିକେଜ ଥିବା କାରଣରୁ,ଗ୍ୟାସ ଅନ କରିବା ମାତ୍ରେ ଜୋରରେ ନିଆଁ ଲାଗି ଧରି ବ୍ଲାଷ୍ଟ ହୋଥିଲା । ଘର କବାଟ ବନ୍ଦ ଥିଲା, ଦୁଇଜଣ ଶୋଇଥିବାବେଳେ ଅନ୍ୟ ଜଣେ କୌଣସି କାମ ପାଇଁ ଗ୍ୟାସ ଅନ୍ କରିଥିଲେ। କାଵଟ ବନ୍ଦ ଥିବା ହେତୁ ୩ଜଣ ଅଧିକ ମାତ୍ରାରେ ଗୁରୁତର ହୋଇଛନ୍ତି ।