26.1 C
Bhubaneswar
Wednesday, March 25, 2026
Homeଓଡିଶାପିସିସି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କର ଜୟନ୍ତୀ ପାଳିତ

ପିସିସି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କର ଜୟନ୍ତୀ ପାଳିତ

ଭୁବନେଶ୍ୱର,: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କର ଜୟନ୍ତୀ ଉତ୍ସବ ଭୁବନେଶ୍ୱରସ୍ଥ କଂଗ୍ରେସ ଭବନ ଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ ପିସିସି ପକ୍ଷରୁ ମାଷ୍ଟକ୍ୟାଂଟିନ ଛକ ନିକଟସ୍ଥ ନେହେରୁ ପାର୍କରେ ଥିବା ପଣ୍ଡିତ ଜବାହରଲାଲ ନେହେରୁଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରାଯାଇଯାଇଥିଲା। ପରେ କଂଗ୍ରେସ ଭବନ ପରିସରରେ ଥିବା ପଣ୍ଡିତ ନେହେରୁଙ୍କ ପ୍ରତିମୁର୍ତିରେ କଂଗ୍ରେସ ନେତୃବୃନ୍ଦ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ଦଳନେତା ଶ୍ରୀ ରାମଚନ୍ଦ୍ର କାଡାମ୍‌, କଂଗ୍ରେସନେତୃବୃନ୍ଦ ସର୍ବଶ୍ରୀ ଜୟଦେବ ଜେନା, ଡ.ରାମଚନ୍ଦ୍ର ଖୁଂଟିଆ, ଶିବାନନ୍ଦ ରାୟ, ସମୀର କୁମାର ରାଉତରାୟ, ମନୋରଞ୍ଜନ ଦାସ, ଚିନ୍ମୟ ସୁନ୍ଦର ଦାସ, ନଜିବୁର୍ ରହେମାନ୍ ଖାନ୍‌, ସୁଶାନ୍ତ ତ୍ରିପାଠୀ, ଲିଙ୍ଗରାଜ ସାହୁ, ପୃଥିବୀବଲ୍ଲଭ ପଟ୍ଟନାୟକ, ତରୁଣ ମିଶ୍ର, ଆଲୋକ ମହାନ୍ତି, ମୋଟରାଜ ଡୁଙ୍ଗ୍‌ଡୁଙ୍ଗ୍‌, ଭାଷ୍କର ସେଠୀ, ଜ୍ୟୋତିଷ ସାହୁ, ସଂଜୟ ମିଶ୍ର, ମିହିର ଆଚାର୍ଯ୍ୟ, ସଂଜୟ ରାଉତ ଓ ତୁଷାର ତପସ୍ୱୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking